ଗଜପତିରେ ୪୬ ଡେଙ୍ଗୁ ରୋଗୀ ଚିହ୍ନଟ

ଚିକିତ୍ସାଳୟରୁ ଡେଙ୍ଗୁ ମଶା ଘଉଡ଼ାଇବାକୁ ହେବ ସ୍ବତନ୍ତ୍ର ଯୋଜନା

Sambad

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବଢୁଛି ଡେଙ୍ଗୁ। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୬ ଡେଙ୍ଗୁ ପଜିଟିଭ୍‌ଙ୍କୁ ଚିହ୍ନଟ କରା ଯାଇଥିବା ଜଣାପଡ଼ିଛି। ତେବେ, ‌ଡେଙ୍ଗୁର ନିରାକରଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯିବା ସହ ଔଷଧ ସିଞ୍ଚନ କରାଯାଉଛି ଏବଂ ଘରକୁଘର ଯାଇ ସଚେତନତା ସୃଷ୍ଟି କରାଯାଉଛି ଓ ଔଷଧ ଦିଆଯାଉଛି ବୋଲି ଗଜପତି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଯେଉଁ ଗ୍ରାମରୁ ଡେଙ୍ଗୁ ରୋଗୀ ବାହାରୁଛନ୍ତି ସେଠାରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରାଯାଉଛି । ମଶା ନିପାତ ଧୁଆଁ ଛଡ଼ା ଯିବା ସହ ପାଣି ଜମି ରହିଥିବା ସ୍ଥାନକୁ ସଫା କରାଯାଉଛି। ଡେଙ୍ଗୁ ଲାର୍ଭା ଖୋଜି ନଷ୍ଟ କରାଯାଇଥିବା ବେଳେ ଯେଉଁ ଡେଙ୍ଗୁ ରୋଗୀ ଆନ୍ଧ୍ରପ୍ରଦେଶ ଯାଇ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ରାୟଗଡ଼ ବ୍ଲକ୍‌ର ମଣ୍ଡଳ ସାହିରେ ମଧ୍ୟ ଜ୍ବରରେ ଆକ୍ରାନ୍ତ ଥିବା କିଛି ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି।

ଗଜପତି ଜିଲ୍ଲା କାଶୀନଗର ବ୍ଲକର ସାରା ଗ୍ରାମରୁ କିଛି ଦିନ ତଳେ ୨୭ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ଏହି ଗ୍ରାମର ୫୩ ଜଣ ଜ୍ବରରେ ପୀଡ଼ିତ ଥିଲେ ମଧ୍ୟ ଗୁମ୍ମା ବ୍ଲକ ନାମନଗଡ଼ ଗ୍ରାମରୁ ଏକାଧିକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋହନାରୁ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ସାରା ଗ୍ରାମ ପରେ କାଶୀନଗର ବ୍ଲକ୍‌ର କିତିଙ୍ଗି, ଖାରଡ଼ା, ଧୋବାଜୟପୁର ଗ୍ରାମରୁ ମଧ୍ୟ ଡେଙ୍ଗୁ ରୋଗୀ ବାହାରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe