ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ

Advertisment

ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୩

ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୩

ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ

ଭୁବନେଶ୍ବର: ପୂର୍ବତଟ ରେଳପଥ ବୁଧବାର ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳନ କରିଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ଶର୍ମା ଉତ୍ସର୍ଗୀକୃତ, ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ମହାପ୍ରବନ୍ଧକଙ୍କ ବିଶେଷ ପୁରସ୍କାର "ବିଶିଷ୍ଟ ରେଳ ସେବା ପୁରସ୍କାର" ରେଳବାଇ କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସମୁଦାୟ ୪୬ ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଅଛି। ଯେଉଁମାନେ ସଙ୍କଟ ସମୟରେ ରେଳ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଦିନ ରାତି କଠିନ ପରିଶ୍ରମ କରି ରେଳ ଯାତାୟାତକୁ ସ୍ୱାଭାବିକ କରିବାପାଇଁ ଉଲ୍ଲେଖନୀୟ ଅବଦାନ କରିଥିଲେ।

publive-image

ଏହି ଅବସରରେ ବିଭିନ୍ନ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳକୁ ପୂର୍ବତଟ ରେଳପଥର ସର୍ବୋତ୍ତମ ମାନ୍ୟତା ଦିଆଯାଇ ସାମଗ୍ରିକ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ୱାଲଟିୟର ରେଳ ମଣ୍ଡଳର ଶ୍ରୀକାକୁଲମ୍ ରୋଡ୍ ରେଳ ଷ୍ଟେସନ୍‌କୁ ବଡ଼ ଷ୍ଟେସନ ବର୍ଗରେ ଏବଂ ସମ୍ବଲପୁର ରେଳ ମଣ୍ଡଳର ବରଗଡ ରୋଡ୍ ଷ୍ଟେସନ୍ କୁ ଛୋଟ ଷ୍ଟେସନ ବର୍ଗରେ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ କ୍ଲିନଲିନେସ ସିଲ୍ଡ ପ୍ରଦାନ କରାଯାଇଅଛି।

ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୩ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ଦିବ୍ୟା ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଯୋଗଦାନ କରିଥିବାବେଳେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୩ ସମାରୋହରେ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଅବସରରେ ତାଙ୍କର ବକ୍ତବ୍ୟରେ ପୁରସ୍କାର ଗ୍ରହଣ କରିଥିବା ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଥିଲେ। ରେଳପଥର ଉପ ମହାପ୍ରବନ୍ଧକ ବିଶ୍ୱଜିତ୍ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe