୪୮ ଏସିଏଫ୍‌ ଓ ୧୧୧ ରେଞ୍ଜରଙ୍କୁ ନିଯୁକ୍ତିପତ୍ର ବଣ୍ଟନ

Advertisment
୪୮ ଏସିଏଫ୍‌ ଓ ୧୧୧ ରେଞ୍ଜରଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଭୁବନେଶ୍ୱର : ୪୮ ଜଣ ସହକାରୀ ବନ୍ୟ ସଂରକ୍ଷକ ବା ଏସିଏଫ୍‌ ଓ ୧୧୧ଜଣ ଫରେଷ୍ଟ ରେଞ୍ଜର୍ସଙ୍କୁ ଆଜି ଜୟଦେବ ଭବନରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ହେଉଛି ଜଙ୍ଗଲ ଓ ଜୈବ ବିବିଧତାରେ ଭରପୂର ରାଜ୍ୟ। ୨୦୧୭ ରାଜ୍ୟ ଜଙ୍ଗଲ ରିପୋର୍ଟ ଓ ଭାରତୀୟ ବନ୍ୟ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ସାଟେଲାଇଟ୍‌ ତଥ୍ୟରେ ରାଜ୍ୟରେ ୯ଶହ ବର୍ଗ କି.ମିର ଜଙ୍ଗଲ ବୃଦ୍ଧି ପାଇଥିବା ଜଣାପଡ଼ିଛି। ୨୦୧୫ ମସିହା ତୁଳନାରେ ଖୁବ କମ୍‌ ସମୟ ମଧ୍ୟରେ ଏଥିରେ ବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଛ ଲଗାଇବା ଅଭିଯାନ ସହିତ ଯୁଗ୍ମ ଜଙ୍ଗଲ ପରିଚାଳନା ପଦକ୍ଷେପ ଓ ସ୍ଥାନୀୟ ଲୋକଙ୍କ ସହଭାଗୀତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହାସହ ଜଙ୍ଗଲ ସୁରକ୍ଷା ଦିଗରେ ବନ୍ୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରିମଧ୍ୟ କହିଥିଲେ ଯେ, ରାଜ୍ୟରେ ଜଙ୍ଗଲ ସୁରକ୍ଷା ଓ ଉତ୍ତମ ପରିବେଶ ବଜାୟ ରଖିବା ପାଇଁ ନିୟମିତ ନିଯୁକ୍ତି ସହିତ ବୈଷୟିକ ତାଲିମ ପ୍ରଦାନ କରାଯାଉଛି। ନିଯୁକ୍ତି ପାଇଥିବା ଏସିଏଫ୍‌ ଓ ଫରେଷ୍ଟ ରେଞ୍ଜର୍ସ ଆଗାମୀ ଦିନରେ ବିଭାଗରେ ରହିଥିବା କର୍ମଚାରୀଙ୍କ ଅଭାବକୁ ଦୂର କରିବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର୍‌ ଆର.ବାଲକ୍ରିଷ୍ଣନ୍‌, ଏସିଏସ୍‌(ବନ୍ୟ) ସୁରେଶ ମହାପାତ୍ର, ପିସିସିଏଫ୍‌ ଏସ୍‌.ସି ମିଶ୍ର ଓ ସିସିଏଫ୍‌ ରାଜୀବ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe