ଜିଲ୍ଲା ପ୍ରଶାସନ ଜାରି କଲା ନିର୍ଦ୍ଦେଶନାମା, ୪୮ ଘଣ୍ଟା ସମ୍ପୂର୍ଣ୍ଣ ତାଲା ବନ୍ଦ ରହିବ ଭଦ୍ରକ

Advertisment
ଜିଲ୍ଲା ପ୍ରଶାସନ ଜାରି କଲା ନିର୍ଦ୍ଦେଶନାମା, ୪୮ ଘଣ୍ଟା ସମ୍ପୂର୍ଣ୍ଣ ତାଲା ବନ୍ଦ ରହିବ ଭଦ୍ରକ

Dinalipi

ଭୁବନେଶ୍ବର/ଭଦ୍ରକ: ଭଦ୍ରକରେ କରୋନା ରୋଗୀ ଚିହ୍ନଟ ହେବା ପରେ ମହାମାରୀ ରୋଗ ଆଇନ ୧୯୮୭ ଆଇନ ଅନ୍ତର୍ଗତ କୋଭିଡ-୧୯ ନିୟମାନୁଯାୟୀ ଭଦ୍ରକକୁ ଆସନ୍ତା ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତି ୮ଟାରୁ ଆସନ୍ତା ୫ ତାରିଖ ରବିବାର ରାତି ୮ ପର୍ଯ୍ୟନ୍ତ ଭଦ୍ରକର କେଉଁ ଅଞ୍ଚଳ ତାଲାବନ୍ଦ ରହିବ, ସେ ନେଇ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭଦ୍ରକ ଜିଲ୍ଲପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଜ୍ଞାନ ଦାସ ଜାରି କରିଥିବା ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ଭଦ୍ରକ ପୌରାଞ୍ଚଳ ସମେତ ଗେଲପୁର ଗ୍ରାମ ପଞ୍ଚାୟତ ଅଧୀନ ସମରାଇପୁର ଗାଁ ଓ ଚରମ୍ପା ରେଳ ଷ୍ଟେସନ ଅଞ୍ଚଳ ସମ୍ପୂର୍ଣ୍ଣ ତାଲାବନ୍ଦ ରହିବ। ଏହି ସମୟରେ ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ, ଆମ୍ବୁଲାନ୍‌ସ୍‌ ସେବା, ହସ୍ପିଟାଲ୍‌, ନର୍ସିଂ ହୋମ୍‌, ପୌରାଞ୍ଚଳ ସଫେଇ, ଅଗ୍ନିଶମ ସେବା, ପାନୀୟ ଜଳ ସେବା ଜାରି ରହିବ। ଏହାସହିତ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ବିଦ୍ୟୁତ ବିଭାଗ, ଆଇଟି ଓ ଟେଲିକମ୍‌ ବିଭାଗ ସେମାନଙ୍କ ସେବା ଯୋଗାଇବେ। ସମ୍ପୂର୍ଣ୍ଣ ତାଲାବନ୍ଦ ସମୟରେ ବୈଦୁତିକ ଗଣମାଧ୍ୟମ ଓ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧି ଜିଲ୍ଲା ଏସ୍‌ପିଙ୍କ ସହ ଯୋଗାଯୋଗ କରି ଅନୁମତି ଆଣିବେ। ତାଲାବନ୍ଦ ସମୟରେ ପ୍ରଦାନ କରାଯାଇଥିବା କୋଭିଡ୍‌-୧୯ ପାସ୍‌ ଏହି ସମୟରେ ଗ୍ରହଣୀୟ ହେବ ନାହିଁ। ଏହି ସମ୍ପୂର୍ଣ୍ଣ ତାଲାବନ୍ଦ ସମୟରେ କୌଣସି ବି ବ୍ୟକ୍ତି ବାହାରକୁ ଆସିବେ ନାହିଁ। ସମସ୍ତେ ନିଜ ନିଜ ଘରେ ରହିବେ। ଯଦି କୌଣସି ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି ତାହେଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe