ପଦ୍ମପୁରକୁ ଜିଲ୍ଲା ଦାବିରେ ୪୮ ଘଣ୍ଟା ବନ୍ଦ

Advertisment
ପଦ୍ମପୁରକୁ ଜିଲ୍ଲା ଦାବିରେ  ୪୮ ଘଣ୍ଟା ବନ୍ଦ

ପଦ୍ମପୁର : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବୁଧବାରଠାରୁ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି। ଉପନିର୍ବାଚନ ପୂର୍ବରୁ ଏହି ଆନ୍ଦୋଳନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୧୯୯୩ରେ ଜିଲ୍ଲା ଗଠନ ସମୟରେ ଭୌଗୋଳିକ ସ୍ଥିତି ଓ ଅବସ୍ଥିତି ଯୋଗୁଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା। ପରେ ପଦ୍ମପୁରକୁ ବାଦ ଦେଇ ନୂଆପଡ଼ାକୁ ନୂତନ ଜିଲ୍ଲା ଘୋଷଣା କରାଯାଇଥିଲା। ଗତ ୨୦୧୯ରେ ମଧ୍ୟ ଏହି ଦାବି ଉପସ୍ଥାପନ କରାଯାଇଥିଲା। ଏକ ପ୍ରତିନିଧିମଣ୍ତଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ତେବେ, ଏହାର କିଛିଦିନ ପରେ ପୁଣିଥରେ ଆନ୍ଦୋଳନ ମୁଣ୍ଡ ଟେକିଛି। ପଦ୍ମପୁର ନାଗରିକ କମିଟିର ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନର ସମର୍ଥନରେ ୪୮ଘଣ୍ଟା ପଦ୍ମପୁର ବନ୍ଦ ଡାକରା ଦିଆଯାଇଥିଲା। ଜିଲ୍ଲା ଦାବିରେ ବନ୍ଦକୁ ସମର୍ଥନ ଜଣାଇ  ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ସ୍କୁଲ କଲେଜ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe