କରୋନା ସହ ଲଢ଼ୁଛି ଓଡ଼ିଶା: ଭୁବନେଶ୍ବର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟଡାଉନ୍ ଆରମ୍ଭ, ଜୀବନଯାତ୍ରା ଠପ୍

Advertisment
କରୋନା ସହ ଲଢ଼ୁଛି ଓଡ଼ିଶା: ଭୁବନେଶ୍ବର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟଡାଉନ୍ ଆରମ୍ଭ, ଜୀବନଯାତ୍ରା ଠପ୍

ଭୁବନେଶ୍ବର: କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ନେଇଛନ୍ତି କଠୋର ପଦକ୍ଷେପ। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ସହରକୁ କରାଯାଇଛି ସଟଡାଉନ୍। ରାଜ୍ୟର ରାଜଧାନୀ ଭୁବନେଶ୍ବର, ରାଜ୍ୟର ପୁରାତନ ସହର କଟକ ଏବଂ ଭଦ୍ରକ ସହରରେ ଲାଗୁ ହୋଇଛି ୪୮ ଘଣ୍ଟିଆ ସଟଡାଉନ୍। ଏହି ତିନି ସହରରେ କଡକଡି ଭାବେ ଲୋକଙ୍କୁ ଘରୁ ପାଦ କାଢ଼ିବାକୁ ମନା କରାଯାଇଛି। ରାତି ୮ଟା ପରେ ରାସ୍ତାଘାଟ୍ ହୋଇଯାଇଛି ଶୁନଶାନ, ଜନମାନବ ଶୂନ୍ୟ। ସବୁ ଦୋକାନ ବଜାର ହୋଇଛି ବନ୍ଦ।

ସଟଡାଉନ୍ ଆରମ୍ଭ ହେବା ଦ୍ବାରା  ଅଳ୍ପ କେତୋଟି ଔଷଧ ଦୋକାନ ଖୋଲା ରହିବା ସହ ତେଜରାତି, ପନିପରିବା, କ୍ଷୀର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ଭୁବନେଶ୍ୱରରେ କେତୋଟି ଔଷଧ ଦୋକାନ ଖୋଲା ରହିବ ତାହାର ତାଲିକା ଭୁବନେଶ୍ୱର ମହାନଗର ନିଗମ ଜାରି କରିସାରିଛି। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଓପିଡି ସେବା ବନ୍ଦ ରହିଛି ।  କେବଳ ଏମର୍ଜେନ୍ସି ସେବା ଜାରି ରହିଛି । ଏହି ୩ ସହରରେ ବହୁସଂଖ୍ୟକ ସରକାରୀ ଓ ଘରୋଇ ଆମ୍ବୁଲାନସ୍ ସେବା ବ୍ୟବସ୍ଥା କରାଯାଇଛି । ତେଣୁ କେହି ଅଧିକ ଅସୁସ୍ଥ ଅନୁଭବ କଲେ ଆମ୍ବୁଲନସ୍ ଡକାଇ ଡାକ୍ତରଖାନା ଯାଇ ପାରିବେ ଏବଂ ଡାକ୍ତରଖାନାରୁ ଆସିପାରିବେ।

ଭୁବନେଶ୍ୱର, ଭଦ୍ରକ ଏବଂ କଟକ ସହରରେ ରାଜ୍ୟ ସରକାର ଘୋଷଣା କରିଥିବା ସମ୍ପୂର୍ଣ୍ଣ ‘ସଟଡାଉନ୍’କୁ ନ ମାନି ଘରୁ ନ ବାହାରିବାକୁ  ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଅର୍ଥାତ୍ ୪୮ ଘଣ୍ଟାଯାଏଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଅତ୍ୟାବ୍ୟଶକୀୟ ସେବା ‌ସହ ଜଡ଼ିତ ଗାଡ଼ି  ବ୍ୟତୀତ  କୌଣସି ଗାଡ଼ି ଚାଲିବା ନାହିଁ। ଲୋକମାନେ ସାଇକେଲ୍ କିମ୍ବା ଚାଲିଚାଲି ଯାଇପାରିବେ ନାହିଁ। ଭୁବନେଶ୍ବର ଓ କଟକବାସୀ ସଂପୂର୍ଣ୍ଣ ଭାବେ ୪୮ ଘଣ୍ଟା ଘରେ ରହିବାକୁ ଆହ୍ବାନ କରିଛନ୍ତି ପୁଲିସ କମିସନର ଷଢ଼ଙ୍ଗୀ। ଆବଶ୍ୟକସ୍ଥଳେ ଲୋକେ ପୁଲିସକୁ ୧୦୦ ନମ୍ବରରେ କଲ୍ କରି ସାହାଯ୍ୟ ମାଗି ପା‌ରିବେ।

ଏହି ଆଦେଶ ଅମାନ୍ୟ କରି କୌଣସି ବ୍ୟକ୍ତିବିଶେଷ ବାହାରେ ବୁଲାବୁଲି କରୁଥିବା ଦେଖିଲେ ତାଙ୍କୁ ଧରି ନେଇ ୧୪ ଦିନ ପାଇଁ ସରକାରୀ କ୍ୱାରେଣ୍ଟିନରେ ରଖାଯିବ ଏବଂ ତାଙ୍କ ନାମରେ ପୁଲିସ ମାମଲା ରୁଜୁ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe