ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳି ହେଲେ ୪୮ ଅଧିକାରୀ

ଆଇଏଏସ ସ୍ତରରେ ଅଦଳବଦଳ, ଶ୍ରମ କମିଶନର ହେଲେ  ନିରଞ୍ଜନ ସାହୁ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଶୁକ୍ରବାର ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ ମୋଟ ୪୮ଜଣ ବରିଷ୍ଠ ଓଏଏସ ଅଫିସରଙ୍କର ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ସାଧାରଣ ନିର୍ବାଚନ ପରେ ଅଧିକାଂଶ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ବଦଳି କରିଥିବା ଜଣାପଡ଼ିଛି।

ରାଜେନ୍ଦ୍ର ପଟ୍ଟନାୟକଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ସେହିପରି ଅବନୀକାନ୍ତ ପଟ୍ଟନାୟକ ବିଏମ୍‌ସି ଯୁଗ୍ମ କମିସନର ଭାବେ ଦାୟିତ୍ୱ ନେବେ। ବିମଳେନ୍ଦୁ ରାୟଙ୍କୁ ପୂର୍ତ୍ତ ବିଭାଗ ଯୁଗ୍ମ ସଚିବ ଦାୟିତ୍ୱ ମିଳିଥିବା ବେଳେ ଅଶ୍ୱିନୀ ମିଶ୍ର ଉଚ୍ଚ ଶିକ୍ଷା ନିର୍ଦେଶକ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ହୋଇଛନ୍ତି ଅଶୋକ ନାୟକ। ଶରତ ଚନ୍ଦ୍ର ମିଶ୍ର ନୂଆ ଚକବନ୍ଦୀ କମିସନର ହୋଇଥିବା ବେଳେ ମଧୁସୁଦନ ମିଶ୍ରଙ୍କୁ ମାର୍କଫେଡ୍‌ ଏମ୍‌ଡି ଭାବେ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe