୪୯ଜଣଙ୍କୁ ଉଦ୍ଧାରକଲା ରାଉରକେଲା ପୁଲିସ, ଜୁଲାଇରେ ଉଦ୍ଧାର ହୋଇଥିଲେ ୭୧

Advertisment

ଘରକୁ ଫେରିଲେ ୩୪ ମହିଳା, ୨ ଯୁବକ, ୫ ଯୁବତୀ ଓ ୮ ପୁରୁଷ

ଘରକୁ ଫେରିଲେ ୩୪ ମହିଳା, ୨ ଯୁବକ, ୫ ଯୁବତୀ ଓ ୮ ପୁରୁଷ

୪୯ଜଣଙ୍କୁ ଉଦ୍ଧାରକଲା ରାଉରକେଲା ପୁଲିସ, ଜୁଲାଇରେ ଉଦ୍ଧାର ହୋଇଥିଲେ ୭୧

ରାଉରକେଲା: ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ରାଉରକେଲା ପୁଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ପୂର୍ବ ମାସରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ବିଭିନ୍ନ ରାଜ୍ୟରୁ ୭୦ରୁ ଅଧିକ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଅନୁରୂପଭାବେ ଦୀର୍ଘଦିନହେଲା ନିଖୋଜ ଥିବା ୪୯ ଜଣଙ୍କୁ ପୁଲିସ ସୁରକ୍ଷିତଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩୪ ଜଣ ମହିଳା, ୨ ଜଣ ଯୁବକ, ୫ ଜଣ ଯୁବତୀ ଓ ୮ ଜଣ ପୁରୁଷ ଅଛନ୍ତି।

ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ ପ୍ଲାଣ୍ଟ୍‌ସାଇଟ୍‌ ଥାନା ପୁଲିସ ୧୦ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଉଦିତନଗର ପୁଲିସ ୨ ଜଣ, ରଘୁନାଥପାଲି ପୁଲିସ ୩ ଜଣ, ସେକ୍ଟର-୩ ପୁଲିସ ୧, ସେକ୍ଟର-୭ ପୁଲିସ ୨ ଜଣ, ସେକ୍ଟର-୧୫ ପୁଲିସ ୨ ଜଣ, ସେକ୍ଟର-୧୯ ପୁଲିସ ୩ ଜଣ, ବନ୍ଧମୁଣ୍ଡା ପୁଲିସ ୧, ଛେଣ୍ଡ୍‌ ପୁଲିସ ୧, ବିଶ୍ରା ପୁଲିସ ୨, ବ୍ରାହ୍ମଣୀତରଙ୍ଗ ପୁଲିସ ୩, ଲଡୁଣୀପଡ଼ା ପୁଲିସ ୯, ମହୁଲପଦା ପୁଲିସ ୯ ଓ ଗୁରୁଣ୍ଡିଆ ପୁଲିସ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରୁ ୨୭ ତାରିଖ ଯାଏ ରାଉରକେଲା ପୁଲିସ ସ୍ବତନ୍ତ୍ର ଉଦ୍ଧାର ଅିଭଯାନରେ ୭୧ଜଣଙ୍କୁ ଉଦ୍ଧାର କରିଥିଲା। ସେତେବେଳେ ୨ ଜଣଯୁବକ, ୯ ଜଣ ଯୁବତୀ, ୧୬ ଜଣ ପୁରୁଷ ଓ ୪୪ ଜଣ ମହିଳାଙ୍କୁ ଉଦ୍ଧାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe