ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
image source--long island pressଏମାନଙ୍କ ଭିତରୁ ୧୪୦ଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୫୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରେ କେହି ବି ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ନ ଥବା ଜଣାଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨୪, ବାଲେଶ୍ୱର ଜିଲ୍ଲାରୁ ୧୩, ବରଗଡ଼ ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୧୨, କଟକ ଜିଲ୍ଲାରୁ ୧୩, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୭, ଜଗତସିଂହପୁର ଜିଲ୍ଲାରୁ ୧୨, ଯାଜପୁର ଜିଲ୍ଲାରୁ ୧, ଝାରସୁଗୁଡା ଜିଲ୍ଲାରୁ ୮, କନ୍ଧମାଳ ଜିଲ୍ଲାରୁ ୮ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧, କେନ୍ଦୁଝର ଜିଲ୍ଲାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୫୦, କୋରାପୁଟ ଜିଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୫, ମୟୂରଭଞ୍ଜ ଜିଲ୍ଲାରୁ ୨୮, ନବରଙ୍ଗପୁର ଜିଲ୍ଲାରୁ ୧୧, ନୟାଗଡ଼ ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୧୮, ସମ୍ବଲପୁର ଜିଲ୍ଲାରୁ ୬, ସୋନପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ୩୬ ଜଣ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ମୋଟ୍ ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୩ ରହିଛି।
Follow Us