ଝାରସୁଗୁଡ଼ା: ଝାରସୁଗୁଡ଼ା ଏୟାରପୋର୍ଟକୁ କେଟାଗୋରୀ ୪-ସି ଲାଇସେନ୍ସ ମିଳିଯାଇଛି। ପୂର୍ବରୁ ଏହି ଏୟାରପୋର୍ଟକୁ ୨-ବି ଲାଇସେନ୍ସ ମିଳିଥିଲା। ଏୟରପୋର୍ଟ ଡାଇରେକ୍ଟର ସ୍ୱଦେଶ ଚୌହାନ କହିଛନ୍ତି ଯେ ଝାରସୁଗୁଡ଼ା ଏୟାରପୋର୍ଟରେ ଏବେ ବଡ଼ ବିମାନ ଏୟାରବସ୍-୩୨୦ ଅବତରଣ କରିପାରିବ। ଡିରେକ୍ଟର ଜେନେରାଲ ଅଫ୍ ସିଭିଲ ଏଭିଏସନ୍ (ଡିଜିସିଏ) ଏହି ଲାଇସେନ୍ସ ଦେଇ ବିମାନ ବନ୍ଦର ଚାଲୁ କରିବାକୁ ଏକପ୍ରକାର ସବୁଜ ସଂକେତ ପ୍ରଦାନ କରିଛନ୍ତି। ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପାଇଁ ଥିବା ଏହି ଲାଇସେନ୍ସକୁ ଶେଷ ଅପେକ୍ଷା କରାଯାଇଥିଲା। ଡିଜିସିଏସ୍ ପକ୍ଷରୁ ଏୟାରପୋର୍ଟ ବିଲଡିଂର ସୁରକ୍ଷା ଯାଞ୍ଚ ପରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବାରୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିବା ଡିରେକ୍ଟର ଶ୍ରୀ ଚୌହାନ କହିଛନ୍ତି। ତେବେ, ଏହି ବିମାନବନ୍ଦର କାଯ୍ୟର୍କ୍ଷମ କେବେ ହେବ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us