ନଭେମ୍ବର ସୁଦ୍ଧା ୧୦ ଆକାଂକ୍ଷୀ ଜିଲ୍ଲାକୁ ୪ଜି ସେବା

Advertisment
ନଭେମ୍ବର ସୁଦ୍ଧା ୧୦ ଆକାଂକ୍ଷୀ ଜିଲ୍ଲାକୁ ୪ଜି ସେବା

livemint.com

ଭୁବନେଶ୍ବର : ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାର ୩୯୩୩ଟି ଗ୍ରାମକୁ ୪ଜି ସେବା ସହିତ ୨୩୭୯ଟି ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଛି ଓ ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା କହିଛନ୍ତି, ୯ଟି ନକ୍ସଲ ଉପଦ୍ରୁତ ଜିଲ୍ଲାରେ ଏଲ୍‌ଡବ୍ଲୁଇ ଫେଜ୍-୨ ପ୍ରକଳ୍ପ ଅଧୀନରେ ୪ଜି ସେବା ସହିତ ୪୮୩ଟି ଟାୱାର ସ୍ଥାପନ କରିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଛି ଓ ମାର୍ଚ ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ୍ୟ ରହିଛି। ଏହାବାଦ୍ ୪ଜି ସାଚୁରେସନ୍ ପ୍ରକଳ୍ପ ଜରିଆରେ ୨୮୧୪ଟି ଗ୍ରାମକୁ ୪ଜି ସେବା ସହିତ ୧୬୨୮ଟି ଟାୱାର ସ୍ଥାପନ କରିବାକୁ ଯୋଜନା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଛି। ଏହାସହ କାର୍ଯ୍ୟକ୍ଷମ ଥିବା ୧ହଜାରଟି ୨ଜି ଟାୱାରକୁ ୪ଜିରେ ରୂପାନ୍ତରଣ କରିବାକୁ ଯୋଜନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe