ଖରସ୍ରୋତାରେ ୭ ଜଣ ବୁଡ଼ିଯିବା ଘଟଣା: ଚତୁର୍ଥ ମୃତଦେହ ଉଦ୍ଧାର, ଏବେବି ୨ ଜଣ ନିଖୋଜ

Advertisment
ଖରସ୍ରୋତାରେ ୭ ଜଣ ବୁଡ଼ିଯିବା ଘଟଣା: ଚତୁର୍ଥ ମୃତଦେହ ଉଦ୍ଧାର, ଏବେବି ୨ ଜଣ ନିଖୋଜ

ଯାଜପୁର: ଖରସ୍ରୋତା ନଦୀରେ ଗତକାଲି ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରୁ ଆଜି ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ୨୪ ଘଣ୍ଟା ହେବ ନିଜର ଅପରେସନ ଜାରି ରଖିଥିବା ବେଳେ ଚତୁର୍ଥ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀକୁ ଆଜି ସକାଳୁ କ୍ରିଷ୍ଣା ଜେନାର ମୃତଦେହ ମିଳିଥିବା ବେଳେ ଅପରାହ୍ନରେ କରନ ଜେନାଙ୍କ ମୃତଦେହ ମିଳିଛି। ଏହା ପୂର୍ବରୁ ଶୁଭମ ଜେନା  ସୁବ୍ରତ ଜେନାର ମୃତଦେହ ଗତକାଲି ମିଳିଥିଲା। ତେବେ ଏବେ ସୁଦ୍ଧା ରାହୁଲ ଜେନା ଓ ବବଲୁ ଜେନା ନିଖୋଜ ଅଛନ୍ତି। ଅମିତ ଜେନା ସୁସ୍ଥ ହୋଇ କଟକ ବଡ଼ମେଡିକାଲରୁ ଗତକାଲି ରାତିରେ ଘରକୁ ଫେରି ଆସିଛନ୍ତି।

ସୂଚନାଯୋଗ୍ୟ ଗତକାଲି ଅପରାହ୍ନ ପ୍ରାୟ ୨ଟାରେ ହୋଲି ଖେଳି ସାରି ୭ ଜଣ ପିଲା ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ନଦୀର ସ୍ରୋତ ପ୍ରଖର ଥିବାରୁ ପିଲାମାନେ ଭାସିଯାଇଥିଲେ। ସୂଚନା ପାଇଁ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଛିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe