ଚତୁର୍ଥ ଦେଶଫାଳ ଲୋକକଳା ମହୋତ୍ସବ ଉଦ୍‌ଯାପିତ

Advertisment
ଚତୁର୍ଥ ଦେଶଫାଳ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳାରେ ଚତୁର୍ଥ ଦେଶଫାଳ ଲୋକକଳା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଦେଶଫାଳ ଲୋକକଳା କମିଟି ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ମୁଖ୍ୟବକ୍ତା ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ବଲାଙ୍ଗୀର ଜିଲ୍ଲା ସମବାୟ ସଭାପତି ସ୍ମାରକ ମିଶ୍ର, ଉଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବୀରମହାରାଜପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲୁହା, ମୁଣ୍ଡଘାଟ ସରପଞ୍ଚ କେସନ ଜଗଦଳା, ଦେଶଫାଳ ମହୋତ୍ସବ କମିଟି ସମ୍ପାଦକ ଶ୍ରୀନିବାସ ଚାନ୍ଦ ମଞ୍ଚରେ ଉପସ୍ଥିତ ଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ଶତ୍ରୁଘ୍ନ ପୂଜାରୀଙ୍କୁ ଦେଶଫାଳ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଆମୋଦ ଚନ୍ଦ୍ର ମହାକୁରଙ୍କୁ ଦେଶଫାଳ ସମାଜସେବା ସମ୍ମାନ, ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ବିକ୍ରମାଦିତ୍ୟ ପାଢ଼ୀ, ସାମ୍ବାଦିକ ଉରୁକ୍ରମ ପାଣ୍ଡିଆ ଓ ସଂଗୀତଜ୍ଞ କମଳରଞ୍ଜନ ପରିଚ୍ଛାଙ୍କୁ ଦେଶଫାଳ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ମଞ୍ଚ ପରିଚାଳନାରେ ବଳଦେବ ବେଦବାକ, ଦ୍ବିତୀକୃଷ୍ଣ ପଣ୍ଡା, ହୃଷୀକେଶ ଚାନ୍ଦ, ଲକ୍ଷ୍ମୀ ନାରାୟଣ ସାହୁ, ନୃତ୍ୟ ଗୀତରେ ପୁରୀ ସଂସ୍କୃତି ବିଭାଗର ଗୋଟିପୁଅ ନୃତ୍ୟ, ସମ୍ବଲପୁର ରାଜାରାଣୀ ସାନ୍ତାଳୀ ନୃତ୍ୟ, ଗଞ୍ଜାମ ବିଶ୍ୱଜନନୀ କଳାପରିଷଦର ପଶୁ ନୃତ୍ୟ, ବରଗଡ଼ କଳାଜୀବୀ, ଲୋଇସିଂହା ସଂଗୀତ ସାଧନା ଦଳ ଯୋଗ ଦେଇ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବସନ୍ତ ଦାସ ଧନ୍ୟବାଦ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ନୃତ୍ୟ ଗୀତରେ ବିମୋହିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe