ଆରମ୍ଭ ହେଲା ମତଦାନ : ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରର ୧୦,୭୯୨ ବୁଥ୍‌ରେ ଭୋଟରଙ୍କ ଧାଡ଼ି

Advertisment

ସକାଳ ୭ଟାରୁ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି : ଇଭିଏମ୍ ତ୍ରୁଟି ଜନିତ ଅସନ୍ତୋଷ ବ୍ୟତୀତ ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ

ସକାଳ ୭ଟାରୁ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି : ଇଭିଏମ୍ ତ୍ରୁଟି ଜନିତ ଅସନ୍ତୋଷ ବ୍ୟତୀତ ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ

ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଭଦ୍ରକରେ ସର୍ବାଧିକ ୬୮%, ବାଲେଶ୍ୱର-ଜଗତସିଂହପୁରରେ ୬୪% ପ୍ରତିଶତ ମତଦାନ

ଭୁବନେଶ୍ୱର : ସୋମବାର ସକାଳ ୭ଟାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ସମେତ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟା ଠାରୁ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ। ମତଦାନ ଆରମ୍ଭ ହେବା ସହ ଅନେକ ବୁଥରେ ଇଭିଏମ ଓ ଭିଭିପାଟ୍ ମେସିନରେ ତ୍ରୁଟି ଦେଖାଯିବା ଖବର ଆସିଛି। ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି। ଏଯାବତ ଅଧିକାଂଶ ସ୍ଥାନରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ପ୍ରାର୍ଥୀଙ୍କ ସହିତ ଭୋଟର ବି ମତଦାନ କରୁଛନ୍ତି।

ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ଭୋଟରଙ୍କ ଭିଡ଼ ଜମିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ମତଦାନ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳୁଛି।

publive-image

ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୯୫,୦୦,୬୩୫ ମତଦାତା ଅଛନ୍ତି। ଏଥିରେ ପୁରୁଷ ମତଦାତା ୪୯,୦୧,୦୭୯, ମହିଳା ମତଦାତା ୪୫,୯୮,୯୭୯,  ତୃତୀୟ ଲିଙ୍ଗ ମତଦାତା ୫୪୫ ଜଣ ଓ  ୧,୮୬,୪୫୫ ଜଣ ଦିବ୍ୟାଙ୍ଗ ମତଦାତା ଭୋଟ ଦେଉଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୬ ଲୋକସଭା ଓ ୪୧ଟି ବିଧାନସଭା ଆସନରେ ମତଦାନ ହେଉଛି। ଲୋକସଭାରେ ୫୨ ଜଣ ଓ ବିଧାନସଭାରେ ୩୩୬ ଜଣ ପ୍ରାର୍ଥୀ ଅଛନ୍ତି। ଏଥିପାଇଁ ୯୦୭୦ ଅଂଚଳରେ ୧୦,୭୯୨ ବୁଥ୍‌ରେ ମତଦାନ ହେଉଛି।

ସିଇଓ କହିଛନ୍ତି, ୩୦୯୨ ପୋଲିଂ ବୁଥ ସମ୍ବୋଦନଶୀଳ ଅଟେ। ୧୧୨୬ଟି କେନ୍ଦ୍ରରେ ୱେବ କାଷ୍ଟିଙ୍ଗ ହେବ। ୫୫୪ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଂଜାଯାଇଛି। ସେହିପରି ୫୯୫ ମତଦାନ କେନ୍ଦ୍ର ମାଇକ୍ରୋ ଅବଜରଭର ରହିବ। ସେହିଭଳି ୧୦୫ଟି ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ୪ଟି କେନ୍ଦ୍ରକୁ ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୨,୩୬୩ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe