ଚତୁର୍ଥ ସୁନ୍ଦରଗଡ଼ ବ୍ୟାଡମିଣ୍ଟନ ଲିଗ୍‌: ବଲାଙ୍ଗୀରର ସିଦ୍ଧାର୍ଥ ଓ ସୁରେନ୍ଦ୍ର ଯୋଡ଼ି ଚାମ୍ପିଅନ୍‌

ଚତୁର୍ଥ ସୁନ୍ଦରଗଡ଼ ବ୍ୟାଡମିଣ୍ଟନ ଲିଗ୍‌: ବଲାଙ୍ଗୀରର ସିଦ୍ଧାର୍ଥ ଓ ସୁରେନ୍ଦ୍ର ଯୋଡ଼ି ଚାମ୍ପିଅନ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ବ୍ୟାଡମିଣ୍ଟନ କ୍ଲବ୍‌ ଆନୁକୂଲ୍ୟରେ ଚତୁର୍ଥ ସୁନ୍ଦରଗଡ଼ ବ୍ୟାଡମିଣ୍ଟନ ଲିଗ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।  ଏଥିରେ ରାଜ୍ୟର ୫୦ଟି ଦଳ ଭାଗ ନେଇଥିବା ବେଳେ ବଲାଙ୍ଗୀରର ସିଦ୍ଧାର୍ଥ ଓ ସୁରେନ୍ଦ୍ର ଯୋଡ଼ି ବାଲେଶ୍ବରର ଦିବ୍ୟଜ୍ୟୋତି ଓ ଶିବୁ ପାଣିଗ୍ରାହୀଙ୍କୁ ପରାସ୍ତ କରି  ଚାମ୍ପିଅନ୍‌ ହୋଇଛନ୍ତି।

ତୃତୀୟ ସ୍ଥାନରେ ସୋନପୁରର ରାମଶଙ୍କର, ସରୋଜ ଭୋଇ ଓ ସମ୍ବଲପୁରର ସୌରଭ, କରନସିଂ ଯୋଡ଼ି ଚତୁର୍ଥ ସ୍ଥାନରେ ରହିଥିଲେ। ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ତତ୍ତ୍ବାବଧାନ ଓ କ୍ଲବ୍‌ ସଦସ୍ୟମାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କ୍ଲବ୍‌ ସଭାପତି ଶିଶିର ପଟେଲ, ସମ୍ପାଦକ ସତ୍ୟଜିତ ନାଏକ, ବାଳଗୋପାଳ ମିଶ୍ର, ଆନନ୍ଦ ହୋତା, ରାକେଶ ଗୁରୁ, ଅବନୀ, ପ୍ରେମ କୁମାର, ପ୍ରଭାତ ପଟେଲ, ଆକାଶ ପଟେଲ, ଜୟନ୍ତ ନାଏକ, ଜୟନ୍ତ ଧଳ, ରାଜା, ଓମକାର, ସୁମନ୍ତ ନାଏକ, ପ୍ୟାରୀ କାଲୋ, ମୁମତାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe