ମଞ୍ଚରେ କରେଣ୍ଟ୍‌ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ

Advertisment
ମଞ୍ଚରେ କରେଣ୍ଟ୍‌ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ

ଦିଗପହଣ୍ଡି/ବ୍ରହ୍ମପୁର: ରାମାୟଣ ନାଟକ ମଞ୍ଚରେ ହଠାତ୍ କରେଣ୍ଟ୍‌ ଚାର୍ଜ ହୋଇଯିବାରୁ ୧୬ ଶିଶୁଙ୍କ ସମେତ ୧୯ ଜଣ ଆହତ ହୋଇଥିବା ଘଟଣାରେ ଜଡ଼ିତ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ନାଟକ କମିଟି ଅଧ୍ୟକ୍ଷ ଶିବରାମ ବିଶୋଇ ବି ଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କର ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠାଇଦିଆଯାଇଛି। ଏଣେ ପୀଡ଼ିତମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବାରୁ ଉଭୟଙ୍କୁ ଏମକେସିଜି ଆଇସିୟୁରେ ରଖାଯାଇଛି। ଅନ୍ୟମାନେ ସୁସ୍ଥ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମରେ ସାହି ଭିତରେ ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ନାଟକ ଗ୍ରୁପ୍ ପକ୍ଷରୁ ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା।  ମଧ୍ୟାହ୍ନରେ ବର୍ଷା ଯୋଗୁ ନାଟକକୁ ଅଧାରୁ ବନ୍ଦ ରଖାଯାଇଥିଲା। କିନ୍ତୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯାଇ ନଥିଲା।
ଏହି ସମୟରେ କିଛି ଛୋଟପିଲା ମଞ୍ଚ ଉପରକୁ ଚଢ଼ିଥିବା ବେଳେ ଆଉ କିଛି ପିଲା ମଞ୍ଚର ଲୁହାବାଡ଼କୁ ଧରି ଛିଡ଼ା ହୋଇଥିଲେ। ହଠାତ୍‌ ମଞ୍ଚରେ କରେଣ୍ଟ୍‌ ଚାର୍ଜ ହୋଇଯିବାରୁ ସମସ୍ତଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। କିଛି ପିଲା ମଞ୍ଚରୁ ପଡ଼ିଯାଇଥିଲେ। ଚିତ୍କାର ଶୁଣି ସେଠାରେ ଥିବା କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe