ପରକୀୟା ପ୍ରୀତିକୁ କେନ୍ଦ୍ର କରି ଯୁବକକୁ ହତ୍ୟା ଘଟଣା, ୫ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଦେବଗଡ଼: ପରକୀୟା ପ୍ରୀତିକୁ କେନ୍ଦ୍ର କରି ଗତ ୭ ତାରିଖ ଦିନ ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମରେ ଜଣେ ଯୁବକକୁ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାରେ ଆଜି ବାରକୋଟ ଥାନା ପୁଲିସ ୫ଜଣଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଶ୍ୱଶୁର, ଶାଶୁ, ବୋହୂ ଓ ୨ ଦିଅରଙ୍କୁ ପୁଲିସ ଗିରଫ କରିବା ସହିତ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଝିଚାକୁଣ୍ଡାପାଳ ଗ୍ରାମର ଶ୍ରଦ୍ଧାକର ମାଝୀ ଙ୍କ ପୁଅ ନରେଶ ମାଝୀ କେନ୍ଦୁଝର ଜିଲ୍ଲାରେ ଚାକିରି କରୁଥିବାବେଳେ ଗାଁରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ରହୁଥିଲେ।

ଗତ ୭ ତାରିଖ ଦିନ ଘରେ ନରେଶ ନଥିବାବେଳେ ବିଳମ୍ବିତ ରାତିରେ ଭାଟସିଂ ଗ୍ରାମର ଧରଣୀ ନାଏକଙ୍କ ପୁଅ ସୁମନ୍ତ ନାଏକ ନରେଶଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ କୋଠରୀରେ ପଶିଥିଲେ। ଏହାଜାଣି ଲକ୍ଷ୍ମୀଙ୍କ ଶାଶୁ ପରିବାର ସଦସ୍ୟମାନଙ୍କୁ ଜଣାଇବାପରେ ଦିଅର ନବୀନ ମାଝୀ (୨୨), ସୁରେଶ ମାଝୀ(୨୦) ଏବଂ ବାପା ଶ୍ରଦ୍ଧାକର ମାଝୀ ଉକ୍ତ କୋଠରୀରେ ଉଭୟଙ୍କୁ ଦେଖି ଯୁକ୍ତିତର୍କ ସହ ସମସ୍ତେ ମିଶି ସୁମନ୍ତଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ।ଏହାସହିତ ଲକ୍ଷ୍ମୀ ତାଙ୍କର ବାମ ହାତର ଶିରା କାଟି ଦେଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

publive-image

ସୂଚନା ପାଇ ବାରକୋଟ ଥାନା ପୁଲିସ ପଂହଚି ଶବ ଜବତ କରିବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହିତ ମୃତ ସୁମନ୍ତକୁ ଲକ୍ଷ୍ମୀ ବିଭିନ୍ନ ସମୟରେ ବ୍ଲାକମେଲ କରୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ତେବେ ଆଜି ବ‌ାରକୋଟ ଥାନା ପୁଲିସ ୫ ଜଣ ଅଭିଯୁକ୍ତକୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe