Image Courtesy of Times of India
ଅନୁଗୁଳ: ବିଭିନ୍ନ ମାରଣାସ୍ତ୍ର ଦେଖାଇ ରାତିରେ ଗାଡ଼ିରୁ ଚାନ୍ଦା ମାଗୁଥିଲେ କିଛି ଦୁର୍ବୃତ୍ତ। କାର୍ତ୍ତିକେଶ୍ବର ପୂଜା କରିବାକୁ କହି ଟ୍ରକ, ବଲେରୋ, କାର୍ରୁ ଜୋର୍ କରି ଚାନ୍ଦା ଆଦାୟ କରୁଥିଲେ। କିଏ ମନା କଲେ, ମାରଣାସ୍ତ୍ର ଦେଖାଇ ଆକ୍ରମଣ ଧମକ ଦେଉଥିଲେ। ସୋମବାର ରାତିରେ ଅନୁଗୁଳ-ଛେଣ୍ଡିପଦା ରାସ୍ତାର ଜରାସିଂହାଠାରେ ଏମିତି ଆତଙ୍କରାଜ କରୁଥିବା ୫ ଜଣ ଯୁବକଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ବିଭିନ୍ନ ମାରଣାସ୍ତ୍ର ସହିତ ୧୬ ଶହ ଟଙ୍କା ଜବତ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଜରାସିଂହା ଗାଁର ତାରିଣୀ ମନ୍ଦିର ନିକଟରେ କିଛି ଦୁର୍ବୃତ୍ତ ଏଭଳ କରୁଥିବା ଖବର ମିଳିଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ବନ୍ଧାଯାଇଛି। ସେମାନେ ହେଲେ ବିଘ୍ନେଶ ବେହେରା ଓରଫ ଜଟି(୧୯), ତରୁଣ ନାଏକ ଓରଫ ଟୁନା(୩୪), ରାକେଶ ନାଏକ ଓରଫ ବୁଟୁ(୧୯), ଦୀପକ ବେହେରା ଓରଫ ଦୀପୁ(୨୪) ଓ ଅନୀଲ ନାଏକ ଓରଫ ଗୁଣ୍ଡା(୩୦)। କାର୍ତ୍ତିକେଶ୍ବର ପୂଜା କରିବାକୁ କହି ସେମାନେ ଚାନ୍ଦା ମାଗୁଥିଲେ। ଏ ସଂକ୍ରାନ୍ତରେ ନଂ.୮୬୬/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ କୋର୍ଟଚାଲାଣ କରାଯାଇଛି।
Follow Us