ବିଡିଓ, ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଜଣ ଗିରଫ

ବିଡିଓ, ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଜଣ ଗିରଫ

କୁଆଖିଆ : କୁଆଖିଆ ଥାନା ବଡକଇଁଚି ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଗତକାଲି ରସୁଲପୁର ବିଡିଓ, ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଅବଦୁଲ ସଲାମଙ୍କ ପୁଅ ସୁଲତାନ ଖାଁ(୨୩), ଉମର ଖାଁଙ୍କ ପୁଅ ରବାନି ଖାଁ (୨୪), ଅବଦୁଲ ସଲା ଖାଁଙ୍କ ପୁଅ ଗୁଫରନ ଖାଁ (୨୨), ସ୍ବର୍ଗତ କୋବାଦ ଖାଁଙ୍କ ପୁଅ ଅବଦୁଲ ସଲମାନ ଖାଁ(୫୫) ଏବଂ ସ୍ବର୍ଗତ ଇବ୍ରାହିମ୍ ଖାଁଙ୍କ ପୁଅ ଆରସଫ ଅଲ୍ଲି ଖାଁ(୩୦)। ଆରସଫ ବିଝାଂରପୁର ଥାନା ଅଂଚଳରୁ ଆସି ଉକ୍ତ ସାହିରେ ରହି ଆସୁଛନ୍ତି।

ସୂଚନା ଥାଉକି ଅମାନିଆଙ୍କୁ ଆକଟ ବେଳେ ଗୋପୀନାଥପୁରରେ ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପୁଲିସ ଗତକାଲି ୩ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଆଉ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ଧାରା ଜାରି କରିଛି। ଆଜି ଭୋର ସମୟରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସଦଳବଳ ଉକ୍ତ ଗ୍ରାମରେ ଚଢ଼ଉ କରି ୫ଜଣଙ୍କୁ ଉଠାଇ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe