Financial Times
ଅନୁଗୁଳ : ନିଜାମୁଦ୍ଦିନ ଧର୍ମସଭା ସହିିତ ଲିଙ୍କ୍ ରହିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନୁଗୁଳ ସହରର ଆଉ ୫ ଜଣଙ୍କ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସ୍ବାବ୍ ନମୁନା ସଂଗ୍ରହ ହୋଇଥିବା ୫ ଜଣ ଯାକ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ସିଡିଏମ୍ଓ ପ୍ରତାପ ବେହେରା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଜଣେ ଧର୍ମଗୁରୁ ଖଡ଼ଗପୁରର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ଖଡ଼ଗପୁରର ସଂପୃକ୍ତ ବ୍ୟକ୍ତଙ୍କ ଘରେ ସେହି ଧର୍ମଗୁରୁ କିଛିଦିନ ରହିଥିଲେ। ଖଗଡ଼ପୁରର ବ୍ୟକ୍ତି ଜଣକ ଅନୁଗୁଳ ସହରରେ ଜଣେ ବ୍ୟକ୍ତିଙ୍କ ଘରକୁ ଆସିଥିଲେ। ଅନୁଗୁଳରେ କିଛିଦିନ ରହିବା ପରେ ସେ ପୁୁଣି ଖଗଡ଼ପୁରର ଚାଲି ଯାଇଥିଲେ। ନିିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ବ୍ୟକ୍ତିଙ୍କ ଗସ୍ତ ବିବରଣୀ ଯାଂଚ ପରେ ଅନୁଗୁଳ କଥା ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳର ସଂପୃକ୍ତ ପରିବାର ୫ ଜଣ ସଦସ୍ୟଙ୍କଠାରୁ ଆଜି ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି। ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷରେ, ନିଜାମୁଦ୍ଦିନ ଧର୍ମସଭା ସହିତ ଲିଙ୍କ୍ ରହିଥିବା ଅନୁଗୁଳର ୩୩ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ଧର୍ମଶିକ୍ଷା ପ୍ରଦାନ ନିମନ୍ତେ ଗତ ମାସ ୧୭ ତାରିଖ ଦିନ ୧୦ ଜଣ ବ୍ୟକ୍ତି ଅନୁଗୁଳ ଜିଲ୍ଲାକୁ ଆସିଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୬ ଜଣଙ୍କ ସ୍ବାବ୍ ନମୁନା ରିପୋର୍ଟ ଆସିଛି। ସବୁତକ ନେଗେଟିଭ୍ ରହିଥିବା ଜଣାପଡ଼ିଛି। ତେବେ ୭ଟି ରିପୋର୍ଟ ଆସିବା ବାକି ରହିଛି।
Follow Us