ଅଗ୍ନିକାଣ୍ଡରେ ଜଳିଗଲା ୫ ଗୁହାଳ ଓ ୨ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୫ ଗୁହାଳ ଓ ୨ ବଖରା ଘର

ପରର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରର୍ଜଙ୍ଗ ବ୍ଲକ ଅନ୍ତର୍ଗତ ଲୋଧଣୀ ଗାଁରେ ଆଜି ଅଗ୍ନିକାଣ୍ଡ ଘଟଣା ଘଟିଛି। ଏଥିରେ ୫ଟି ଗୋରୁ ଗୁହାଳ ଓ ୨ ବଖରା ଆବାସିକ ଘର ଭସ୍ମୀଭୂତ ହୋଇଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୫ଟି ଗୋରୁ ଗୁହାଳ ଓ ୨ଟି ଆବାସିକ ଘର ଜଳି ଯାଇଥିଲା। ଏଥି ସହିତ ‌ଏକ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିଲା।

ସୂଚନା ପାଇଁ ପରର୍ଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଆୟତ୍ତ ହେବା ବେଳକୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି। ଗାଁର ରମେଶ ସାହୁଙ୍କ ୨ ବଖରା ଘର ଜଳି ଯାଇଥିବା ‌ବେଳେ ରଘୁନାଥ ବିଶ୍ବାଳଙ୍କର ଗୋରୁ ମରିଯାଇଛି। ସେହିପରି ନରହରି ରାଉତ ଓ ମେଘନା ସାହୁଙ୍କର ଗୁହାଳରେ ନିଆଁ ଲାଗିଛି। ତେବେ ନିଆଁ କେଉଁ କାରଣରୁ ଲାଗିଥିଲା ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe