୩ଟି ପର୍ଯ୍ୟାୟରେ ଓଡ଼ିଶାରେ ୫୦୦ କୋଟି

Advertisment
୩ଟି ପର୍ଯ୍ୟାୟରେ ଓଡ଼ିଶାରେ ୫୦୦ କୋଟି

ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ମେ ୧୩ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଛି। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟର ପ୍ରାର୍ଥୀଙ୍କ ସଂଖ୍ୟା ଜଣାପଡ଼ିଛି। ଓଡ଼ିଶାରେ ‌‌୩ଟି ପର୍ଯ୍ୟାୟରେ ଲୋକସଭା ପାଇଁ ୧୪୧ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି। ନିର୍ବାଚନ କମିସନଙ୍କ ଧାର୍ଯ୍ୟ ସୀମା (୯୫ ଲକ୍ଷ) ଅନୁଯାୟୀ ଏହି ପ୍ରାର୍ଥୀମାନଙ୍କ ମୋଟ ଖର୍ଚ୍ଚ ୧୩୩.୯୫ କୋଟି ଟଙ୍କା ରହିବ। ସେହିଭଳି ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ୮୯୧ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଓଡ଼ିଶାରେ ୪୦ ଲକ୍ଷ ଟଙ୍କା ରହିଛି। ତେଣୁ ୮୯୧ ଜଣ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୪୯୦.୩୫ କୋଟି ରହିବ ବୋଲି ହିସାବ କହୁଛି। ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ୩ଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଖର୍ଚ୍ଚ ୪୯୦.୩୫ କୋଟି ଟଙ୍କା ମଧ୍ୟ ରହିବ। ୩ଟି ପର୍ଯ୍ୟାୟରେ ରାଜ୍ୟରେ ୧୫ ଲୋକସଭା ଏବଂ ୧୦୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଏବଂ ୪୨ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାରୁ କିନ୍ତୁ ପ୍ରକୃତ ଖର୍ଚ୍ଚ ଯେ ଏହାଠାରୁ ବହୁ ଅଧିକ ରହିବ ଏହାକୁ ଅସ୍ବୀକାର କରାଯାଇ ପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe