ବଡ଼ଦାଣ୍ଡରେ ପଞ୍ଚୁକ ୫ ଦିନ ଉଠାଦୋକାନ ବନ୍ଦ

ବଡ଼ଦାଣ୍ଡରେ ପଞ୍ଚୁକ ୫ ଦିନ ଉଠାଦୋକାନ ବନ୍ଦ

odishabytes.com

ପୁରୀ: ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରଚିକୋଟ ଛକ ପର୍ଯ୍ୟନ୍ତ ବେରିକେଡିଂ କରାଯିବ। ମାର୍କେଟ ଛକରୁ ଗାଡ଼ି ଚଳାଚଳ ବନ୍ଦ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ସେ କହିଛନ୍ତି, ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିବେ। ସେପଟେ ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି। ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି। ଭକ୍ତଙ୍କ ଲାଗି ପ୍ରତି ସେଡ୍ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସୁରକ୍ଷା ଦୃଷ୍ଟିରୁ ପଞ୍ଚୁକ ପାଇଁ ଅଧିକ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe