ବଜ୍ରପାତରେ ୫ ମୃତ

Advertisment
ବଜ୍ରପାତରେ ୫ ମୃତ

Daily Star

ଝରିଗାଁ/ ମୁରିବାହାଲ/ କେନ୍ଦୁଝର : କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ‌େସହିପରି କେନ୍ଦୁଝର ସଦର ଥାନା ଜନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଝରିଗାଁ ବ୍ଲକ ବକରବେଡା ପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜି ଗ୍ରାମର ମାଧବ ପାନକା (୪୮) ନିକଟସ୍ଥ ଜଙ୍ଗଲକୁ ଗୋରୁ ‌ଚରାଇବା ପାଇଁ ଯାଇଥିଲେ। ବର୍ଷା, ପବନ ଦେଖି ଘରକୁ ଫେରୁଥିଲା ବେଳେ ବଜ୍ରପାତ ହେବାରୁ ଅଚେତ ହୋଇ ସେ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି କୋନାକୋଟ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ପୁର୍ଲା ଗ୍ରାମର ଗୋଟିଏ କାଜୁ ବଗିଚାରେ ବଜ୍ରପାତ ହୋଇ ମରୁ ବରନିକ୍ (୫୦)ଙ୍କ ମୃତ୍ୟୁ ଘଟିଛି। ରତିଖଣ୍ଡିଗୁଡା ପଞ୍ଚାୟତ ଅନ୍ତର୍ଗତ ପରସଲା ଗାଁର ଲଛମା ଗୌଡ (୪୦) ଜମିରେ କାମ ସାରି ଫେରିବା ବେଳେ ବଜ୍ରପାତ ଯୋଗୁଁ ଘଟଣା ସ୍ଥଳରେ ହଁ ପ୍ରାଣ ହରାଇଛନ୍ତି। ମୁଲେ ଭତ୍ରା (୫୦), ମାନସିଂ ଗୌଡ (୬୦) ଏବଂ ଡମୁ ଗୌଡ଼ (୫୦) ପ୍ରମୁଖ ଏହି ଘଟଣାରେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଏମାନଙ୍କୁ ଉଦ୍ଧାର କରି ଉମରକୋଟ ମେଡିକାଲରେ ଭର୍ତି କରିଛନ୍ତି। ସେହିପରି ଭାବେ ଧୋଡ୍ରା ମଙ୍ଗୁଳି ସାହିର ଗୋଟିଏ ଘୁଷୁରି ଛୁଆ ବି ବଜ୍ରପାତରେ ମରିଥିବା ଜଣାପଡ଼ିଛି।

ସେହିପରି ସେହିପରି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଇଚ୍ଛାପଡ଼ା ଗ୍ରାମରେ ସୋମବାର ଅପରାହ୍ଣରେ ବଜ୍ରପାତ ଘଟି ବବ୍ରୁବାହନ ଝାଙ୍କର (୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ତାଙ୍କ ଅଜା ଯୁଗ ଝାଙ୍କର (୫୫) ଏବଂ ସଂପର୍କୀୟ ଭାଉଜ ଲକ୍ଷ୍ମୀ ଝାଙ୍କର (୩୫) ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ବଡ଼ସାଇମରା ଗ୍ରାମ ଟୁଙ୍ଗୁପଡ଼ାର ମଣ୍ଟୁ ମହାନନ୍ଦଙ୍କ ଏକ ଗାଈ ମଧ୍ୟ ବଜ୍ରାଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

କେନ୍ଦୁଝର ସଦର ଥାନା ଜନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସାରୁକୁଦ ଗ୍ରାମର ଗୋପ ଦାନ୍ତ (୨୨) ନିଜ ସଂପର୍କୀୟ ଭାଲିଆଡ଼ିହି ଗ୍ରାମର ନକୁଳ ଦେହୁରୀଙ୍କ ଘରକୁ କୁଣିଆ ଆସିଥିଲେ। ଆଜି ଅପରାହ୍‌ଣରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ସେ ଏକ ଗଛମୂଳେ ଛିଡ଼ା ହୋଇଥିଲେ। ବଜ୍ରାଘାତରେ ଗୋପ ସେଠାରେ ଟଳି ପଡ଼ିଥିଲେ। ଏନେଇ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe