ୟୁପିଆଇ/ଭିମ୍‌ ମାଧ୍ୟମରେ ଟିକେଟ୍‌ ବୁକିଂରେ ୫% ରିହାତି

ୟୁପିଆଇ/ଭିମ୍‌ ମାଧ୍ୟମରେ ଟିକେଟ୍‌ ବୁକିଂରେ ୫% ରିହାତି

ଭୁବନେଶ୍ବର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭିମ୍‌ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଆପ୍‌ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫% ରିହାତି ପ୍ରଦାନ କରୁଛି। କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ। ଶହେ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟର ଟିକେଟ୍ ବୁକ୍‌ ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ। ତେବେ ପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ। ଏଭଳି ରିହାତି କେବଳ ସଂରକ୍ଷଣ କାଉଣ୍ଟରରେ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ପ୍ରଥମ ଚାର୍ଟ ପ୍ରସ୍ତୁତି ପରେ, ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ। ଯାତ୍ରୀଙ୍କୁ ସଂରକ୍ଷଣ/ବୁକିଂ କାଉଣ୍ଟରରେ ଟିକେଟ୍ ବୁକ୍ କରୁଥିବା ବେଳେ ଯାତ୍ରୀମାନେ ଏହି ସୁବିଧା ପାଇବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe