ପୁଣି ଭୀମ୍‌ସାରର ୫ ଡାକ୍ତର ଓ ୨ ଛାତ୍ର କରୋନା ଆକ୍ରାନ୍ତ

Advertisment

କୋଭିଡ୍‌ ହସ୍ପିଟାଲରେ ଏବେ ୮୨ ରୋଗୀ

କୋଭିଡ୍‌ ହସ୍ପିଟାଲରେ ଏବେ ୮୨ ରୋଗୀ

କକାଙ୍କ ଆକ୍ରମଣରେ ଚାଲିଗଲା ପୁତୁରାଙ୍କର ଜୀବନ

www.vimsar.ac.in

ବୁର୍ଲା: ପୁଣି ବୁର୍ଲା ଭୀମସାରରେ ଡାକ୍ତର ଏବଂ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଭିମସାରରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଡାକ୍ତର ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଜଣାପଡ଼ିଛି। ଆଜି ଡାକ୍ତରଖାନାରୁ ପୁଣି ୫ ଜଣ ବରିଷ୍ଠ ଡାକ୍ତରଙ୍କ ସମେତ ୨ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଭୀମ୍‌ସାର ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଆଜି ଡାକ୍ତରଖାନାରେ ୨୦ରୁ ବେଶୀ ସାଧାରଣ ରୋଗୀ ମଧ୍ୟ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ତେବେ ଦିନକୁ ଦିନ ବୁର୍ଲା ଭୀମସାରରେ କୋଭିଡ ସ୍ଥିତି ସଙ୍ଗିନ ହେବାକୁ ବସିଥିବା ବେଳେ କର୍ତୃପକ୍ଷଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଅନ୍ୟ ପକ୍ଷରେ ଦ୍ବିତୀୟ କୋଭିଡ଼ ହସ୍ପିଟାଲରେ ରୋଗୀସଂଖ୍ୟା ୮୨କୁ ବୃଦ୍ଧି ପାଇଥିବା ବେଳେ ଏବେ ୭ଜଣ ଆଇସିୟୁରେ ଅଛନ୍ତି। ୮୨ ଜଣ ରୋଗୀଙ୍କ ମଧ୍ୟରୁ ୪୪ ଜଣ ପୁରୁଷ ଓ ୩୮ଜଣ ମହିଳା ରୋଗୀ ଅଛନ୍ତି ବୋଲି ଦ୍ଵିତୀୟ କୋଭିଡ଼ ହସ୍ପିଟାଲର ଇନ୍‌ଚାର୍ଜ ଡାକ୍ତର ୱାଇ.ପି. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe