ଜୀରାନଦୀ ଆପ୍ରୋଚ୍ ରୋଡ୍‌ରେ ଆଣ୍ଠୁଏ ପାଣି,ବରଗଡ଼-ଅମ୍ବାପାଲି ଯୋଗାଯୋଗ ବିଚ୍ଛିନ୍ନ

Advertisment
ଜୀରାନଦୀ ଆପ୍ରୋଚ୍ ରୋଡ୍‌ରେ ଆଣ୍ଠୁଏ ପାଣି,ବରଗଡ଼-ଅମ୍ବାପାଲି ଯୋଗାଯୋଗ ବିଚ୍ଛିନ୍ନ

ବରଗଡ଼: ଶୁଖିଲା ଟାଂଗରା ଥିବା ଜୀରା ନଦୀରେ ଲଗାଣ ବର୍ଷା ଯୋଗୁଁ ପାଣି ଭରି ଯାଇଛି। ପ୍ରଖର ପାଣି ସୁଅରେ ଜୀରା ଭିତରେ ଥିବା ଆପ୍ରୋଚ୍‌ ରୋଡ୍‌ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ବରଗଡ଼-ଅମ୍ବାପାଲି ମଧ୍ୟରେ ସିଧାସଳଖ ‌ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଛି। ଅପ୍ରୋଚ୍‌ ରୋଡ୍‌ର କିଛି ଅଂଶ ଧୋଇ ହୋଇଯାଇଛି। ବର୍ତମାନ ପାଣି ଥିବାରୁ ଜୀରା ଭିତରେ ଆପ୍ରୋଚ୍‌ ରୋଡ୍‌ ତିଆରି ସମ୍ଭବ ନୁହେଁ।

ତେଣୁ ଲୋକେ ୫କିଲୋମିଟର୍‌ ବୁଲି ହିଁ ଅମ୍ବା‌ପାଲି ପହଂଚିବେ। ଜୀରା ନଦୀରେ ଚାଲିଥିବା ବ୍ରିଜ୍‌ କାମ ମଧ୍ୟ ଧୀମେଇ ଯାଇଛି। ୨୦୧୮ ମେ' ମାସରେ ନୂଆ ପୋଲ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା।  ସଂପୂର୍ଣ୍ଣ ବ୍ରିଜ୍‌ ନିର୍ମାଣ ପାଇଁ ୩୦ ମାସ ସମୟ ଧାର୍ଯ୍ୟ ରହିଥିଲା। ଅର୍ଥାତ ୨୦୨୦ ମସିହା ନଭେମ୍ବର ସୁଦ୍ଧା ପୋଲ କାମ ସରିବା କଥା। କିନ୍ତୁ ଅବଧି ଠାରୁ ଆହୁରି ଦେଢ଼ ବର୍ଷ ବିତି ଯାଇଥିଲେ ହେଁ ପୋଲ କାମ ସରିନାହିଁ। ବର୍ଷା ଦିନେ ନିର୍ମାଣ କାମ ଆହୁରି ମନ୍ଥର ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe