୫ ଜୁଆଡ଼ି ଗିରଫ, ଲକ୍ଷେ ଟଙ୍କା ଜବତ

Advertisment
ସାଉଣ୍ଡ ମେସିନ ଚୋରି, ୩ ଗିରଫ

Image Courtesy of India Today

ବଲାଙ୍ଗୀର: ଜୁଆ ଖେଳ ଚାଲିଥିବା ବେଳେ ସଦର ପୁଲିସ ମାଡି ବସିଛି। ପୁଲିସ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ବାଇକ, ୬ଟି ମୋବାଇଲ, ବ୍ୟବହୃତ କାର୍ଡ ଓ ୧ଲକ୍ଷ ୫ ହଜାର ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଟାଉନ ଥାନା ନିବାସୀ ହୋଇଥିବା ବେଳେ ଖୁଜେନ ପାଲି ଠାରେ ଜୁଆ ଖେଳୁଥିଲେ। ସେମାନେ ମାଲପଡା ର ରାଜେଶ କୁମାର ସୋନି(୪୮) ଓ ସନ୍ତୋଷ ଅଗ୍ରୱାଲ (୪୮), ତେଲିଗୋଠ ପଡ଼ା ର ଅମୁଲ୍ୟ ନାୟକ (୪୯), ଖଦଲ ପଡ଼ା ର ଭକ୍ତ ପ୍ରସାଦ ବେହେରା (୫୫), ଏବିଏସଏସ ରୋଡ଼ ର ରାଜେଶ ସାହୁ (୪୮) ବୋଲି ସଦର ଥାନା ଅଧିକାରୀ ରାଜ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe