ସୋନପୁର/ବୀରମହାରାଜପୁର : ବିଜେପି ଦଳୀୟ ପ୍ରଚାର ପାଇଁ ବୀରମହାରାଜପୁରରୁ ବିନିକା ଯାଉଥିବା ବେଳେ ବୀରମହାରାଜପୁର ନିକଟ ପଣ୍ଡିଆପାଲିଠାରେ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡ଼ିରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଚନ୍ଦଲି ଗ୍ରାମର ହରିହର ପାତ୍ର, ବଡଖମାରର ଅମିତ ଭୋଇ, ଭାଲିଆପଦରର ଭାଗିରଥୀ ମହାନନ୍ଦ, ଟାଙ୍ଗରସାହିର ଭୀଷ୍ମ ମହାନନ୍ଦ ପ୍ରମୁଖ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ବିଜେପିର ପ୍ରଚାର ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ୫ ଆହତ
Advertisment
Follow Us