ବାସୁଦେବପୁରରେ ଶିଆଳ ଆତଙ୍କ; ୫ ଗୁରୁତର

Advertisment
ବାସୁଦେବପୁରରେ ଶିଆଳ ଆତଙ୍କ; ୫ ଗୁରୁତର

ବାସୁଦେବପୁର : ବାସୁଦେବପୁର ଅଞ୍ଚଳରେ ଦିନକୁଦିନ ଶିଆଳମାନଙ୍କର ପ୍ରାର୍ଦୁଭାବ ବଢିଚାଲିଛି। ବାଗଦା, ବିନାୟକପୁର, ବେଲସାଉଁଳିଆ ଅଞ୍ଚଳରେ ଶିଆଳ ଆତଙ୍କ ଦେଖାଦେଇଛି।

publive-imageଆଜି ଦିନ ତମାମ ସହର ଉପକଣ୍ଠର ବଂଶୀପାଟଣା, ଗୁଆଗାଁ ଓ ଜାଫରପୁର ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କ ସମେତ ୫ ଜଣଙ୍କୁ ଏକାଧିକ ଶିଆଳ ଗୋଡାଇ ଗୋଡାଇ କାମୁଡ଼ି ଘାଇଲା କରିଛନ୍ତି। ଆହତମାନେ ହେଲେ ବଂଶୀପାଟଣା ଗ୍ରାମର ସୋନାଲିକା ବେହେରା, ବନମାଳି ବେହେରା, କମଳିନୀ ରଣା, ଗୁଆଗାଁର ଦୀପ୍ତିମୟୀ ବେହେରା ଓ ଜାଫରପୁରର ସସ୍ମିତା ସେଠୀ।

ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଗାଁ ଲୋକେ ଗୋଟିଏ ଶିଆଳକୁ ପିଟି ମାରି ଦେଇଛନ୍ତି। କାମୁଡ଼ା ଶିଆଳମାନଙ୍କୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି। ଆହତମାନଙ୍କୁ ଚିକିତ୍ସା କରିବା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ।

publive-imageଶିଆଳ ମାନେ ଘରେ ପଶି ଗୋଡାଇ ଗୋଡାଇ କାମୁଡୁଛନ୍ତି। ଏପରି ଘଟଣା କିଛିଦିନ ତଳେ ବିନାୟକପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ଶିଆଳ ଆତଙ୍କ ଦେଖାଦେଇଛି। ଶିଆଳମାନଙ୍କ ବଂଶବୃଦ୍ଧି ଯୋଗୁଁ ଖାଦ୍ୟ ଅଭାବ ପାଇଁ ଏଭଳି ପରିସ୍ଥିତି ଦେଖାଦେଉଛି ବୋଲି ବନ ବିଭାଗ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe