ଅବସରକାଳୀନ ପ୍ରାପ୍ୟ ବିଳମ୍ବ ପାଇଁ ୫% ସୁଧ

Advertisment

ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଦାୟୀ ଅଧିକାରୀଙ୍କ ନିକଟରୁ ଭରଣା କରାଯିବ

ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଦାୟୀ ଅଧିକାରୀଙ୍କ ନିକଟରୁ ଭରଣା କରାଯିବ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପୂର୍ବତନ ସଂପାଦକ ଡକ୍ଟର ହେମେନ୍ଦ୍ର ନାରାୟଣ ଦାସଙ୍କ ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ୨୦୦୬ରେ ସେ ଅବସର ଗ୍ରହଣ କରିଥିବାବେଳେ ବିନା ‌କୌଣସି କାରଣରେ ବହୁ ବିଳମ୍ବରେ ୨୦୧୩ରେ ତାଙ୍କୁ ଅବ୍ୟବହୃତ ଛୁଟି ବାବଦ ଦରମା (ଅନ୍‌ୟୁଟିଲାଇଜଡ୍ ଲିଭ୍ ସାଲାରି) ଅର୍ଥ ପ୍ରଦାନ କରାଯାଇଥିଲା। ଏଭଳି ବେଆଇନ ଭାବେ ଅବସରକାଳୀନ ପ୍ରାପ୍ୟ ଅଟକ ରଖିବା ଘଟଣାରେ ଆବେଦନକାରୀ ସଂପୃକ୍ତ ଅର୍ଥ ଉପରେ ସୁଧ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି।

ଆବେଦନକାରୀ ପ୍ରାପ୍ୟ ପାଇବାକୁ ହକ୍‌ଦାର୍‌ ଥିବା ତାରିଖରୁ ଅର୍ଥ ପ୍ରଦାନ ତାରିଖ ପର୍ଯ୍ୟନ୍ତ ୫ ପ୍ରତିଶତ ସୁଧ ହିସାବ କରାଯିବ। ଦେଢ ମାସ ଭିତରେ ସୁଧ ହିସାବ କରାଯିବ ଓ ଏହାପରେ ଏକ ସପ୍ତାହ ଭିତରେ ଏହି ଅର୍ଥ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଯଦି ଏହି ସମୟସୀମା ଭିତରେ ସୁଧ ବାବଦ ଅର୍ଥ ପ୍ରଦାନ କରାଯିବାରେ ଅବହେଳା କରାଯାଏ ତେବେ ଏହି ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ୧୦ ପ୍ରତିଶତ ସୁଧ ଆବେଦନକାରୀଙ୍କୁ ଦିଆଯିବ। ଏଭଳି ବିଳମ୍ବ ପାଇଁ ଯଦି କୌଣସି ଅଧିକାରୀ ଦ‌ାୟୀ ଥିବା ଜଣାପ‌ଡ଼େ, ତାଙ୍କ ନିକଟରୁ ଅର୍ଥ ଭରଣା ପାଇଁ ସରକାର ପଦକ୍ଷେପ ନେଇପାରିବେ। ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଅଧ୍ୟାପନା କରିବା ପରେ ଶ୍ରୀ ଦାସଙ୍କୁ ବୋର୍ଡର ସଂପାଦକ ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ଦାସ ୨୦୦୬, ଜୁନ୍ ୩୦ରେ ରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥି‌ଲେ। ମାତ୍ର, ଅବ୍ୟବହୃତ ଛୁଟି ବାବଦ ଦରମା (୍ଅନ୍‌ୟୁଟିଲାଇଜଡ୍ ଲିଭ୍ ସାଲାରି) ଅର୍ଥ ପ୍ରଦାନରେ ବିଳମ୍ବ କରାଯାଇଥିଲା। ଅବସର ପୂର୍ବରୁ ଏ ବାବଦ ଅର୍ଥ ନିର୍ଦ୍ଧାରଣ କରାଯିବା କଥା। ଏ ନେଇ ସରକାରୀ ସ୍ତରରେ ୨୦୦୮, ଅଗଷ୍ଟ ୧୬ରେ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ୨୦୧୩, ଏପ୍ରିଲ ୧୬ରେ ଆବେଦନକାରୀଙ୍କୁ ୧ ଲକ୍ଷ ୨୧ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଇଥିଲା। ପ୍ରାପ୍ୟ ପ୍ରଦାନରେ ବିଳମ୍ବ ପ୍ରସଂଗ ନେଇ ଆବେଦନକାରୀ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ)ଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ୍ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇ ଆସିଥିଲା। ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଥିଲା।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe