ଚିକିଟି :ବଜ୍ରାଘାତ ନେଲା ୫ ଜୀବନ, ଜଣେ ଗୁରୁତର

Advertisment
ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ

ABC News

ଚିକିଟି/ଚକାପାଦ : ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଆଜି ବଜ୍ରାଘାତ ୫ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ଜଣେ ସୁରତ ଫେରନ୍ତା ଓ ଜଣେ ନାବାଳିକା ଅଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତାକରଡ଼ା ପଞ୍ଚାୟତ ବାଘୁଆଡେଙ୍ଗାବାଡ଼ି କଲୋନିରେ ବଜ୍ରାଘାତରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ, ଡେଙ୍ଗାବାଡ଼ି କଲୋନିର ସନ୍ତୋଷ ଗୌଡ଼ (୩୦) ଓ ତାକରଡ଼ା ଗ୍ରାମର ନୀଳାଚଳ ଆଲଟିଆ (୨୯)। ସନ୍ତୋଷ ଥିଲେ ସୁରତ ଫେରନ୍ତା ଓ ସଂଗରୋଧ କେନ୍ଦ୍ରରୁ ଫେରିଥିଲେ।

ସେହିପରି ବୁଗୁଡ଼ା ବ୍ଲକ୍ ନାଗିରି ଗ୍ରାମରେ ବଜ୍ରାଘାତରେ ସୀମାଞ୍ଚଳ ପ୍ରଧାନ (୬୫) ପ୍ରାଣ ହରାଇଛନ୍ତି। ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅଧୀନ କଳବାଡ଼ ପଞ୍ଚାୟତ ପାରସମା ଗ୍ରାମରେ ବଜ୍ରାଘାତରେ ନନ୍ଦିନୀ ବେହେରା (୧୪) ନାମକ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଚକାପାଦରେ ବଜ୍ରାଘାତରେ ନୂଆସାହିର ସୁମନ୍ତ ବିଷୋୟୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe