ବିସ୍ଫୋରଣ ହୋଇପାରିଲାନି ନକ୍ସଲଙ୍କ ୫ଟି ଲ୍ୟାଣ୍ଡମାଇନ୍‌, ମାଟି ତଳୁ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ

Advertisment
ବିସ୍ଫୋରଣ ହୋଇପାରିଲାନି ନକ୍ସଲଙ୍କ ୫ଟି ଲ୍ୟାଣ୍ଡମାଇନ୍‌, ମାଟି ତଳୁ ଉଦ୍ଧାର କଲେ ବିଏସ୍‌ଏଫ୍‌ ଯବାନ
ମାଲକାନଗିରି: ସ୍ୱାଭିମାନ ଅଂଚଳରେ ନୂତନ ଭାବେ ଘନବେଡା ଠାରେ ଅବସ୍ଥାପିତ ହୋଇଥିବା ୯ ବିଏସଏଫ ବାଟାଲିୟନକୁ ମିଳିଛି ଏକ ବଡ ସଫଳତା। ବିଏସ୍ଏ‌ଫ ଯବାନ କମ୍ବିଂ ଅପରେସନରେ ବାହାରିଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛି। ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଖୋରିଗନ୍ଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଏକ ବିରାଟ ଗାତ ଖୋଳି ବିପୁଳ ପରିମାଣର ବିସ୍ଫାରକ ସହ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ଯବାନ ଏହି ଅଂଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ଗାତରୁ୫ଟି ଲ୍ୟାଣ୍ଡମାଇନ ଏବଂ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଥିଲେ। ବୋମା ନିଷ୍କ୍ରିୟ ଦଳ ଏହି ବିଏସଏଫ କ୍ୟାମ୍ପରେ ରହିଥିବା ବେଳେ ସେମାନେ ଏହାକୁ ଗାତରୁ ସୁରକ୍ଷିତ ଭାବେ କାଢ଼ିଥିଲେ। ନକ୍ସଲ ଏହି ବୋମାକୁ ହୁଏତ ଯବାନ କିମ୍ବା ସେତୁକୁ ଟାର୍ଗେଟ କରିବା ପାଇଁ ରଖିଥାଇ ପାରନ୍ତି ବୋଲି କୁହାଯାଇଛି। ତେବେ ଯବାନ ଏଭଳି ଦୁଃଶାହସିକ କାର୍ଯ୍ୟ ଯୋଗୁଁ ଏକ ବିରାଟ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଥିବା କୁହାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାରେ ସୁରକ୍ଷା ଦେଉଥିବା ଯବାନଙ୍କ ମାନବଳକୁ ଦୁର୍ବଳ କରିବା ପାଇଁ ନକ୍ସଲ ବୋମାକୁ ବ୍ୟବହାର କରିଥାନ୍ତେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe