କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ନୀତି: ୫ମାର୍କ ଗ୍ରେସ ପାଇବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ 

Advertisment

୩୦କୁ ଘୁଂଚିଲା ଅନଲାଇନ ନାମଲେଖା

୩୦କୁ ଘୁଂଚିଲା ଅନଲାଇନ ନାମଲେଖା

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ନୀତି: ୫ମାର୍କ ଗ୍ରେସ ପାଇବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ 

କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ନୀତି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ୫ ମାର୍କର ଗ୍ରେସ ମିଳିବ। ଦେଶର ବିଭିନ୍ନ କୋଣଅନୁକୋଣରୁ ଛାତ୍ରଛାତ୍ରୀମାନଙ୍କ ସହ ଏହି ଜିଲ୍ଲାଗୁଡିକର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ପାରୁ ନାହାନ୍ତି । ସେମାନଙ୍କ ସହ ପ୍ରତିଯୋଗିତାରେ ଭାଗ ନେଇ ପାରୁ ନ ଥିବାରୁ ଶିକ୍ଷା ଗ୍ରହଣ କରିବାରେ ବାଦ ପଡୁଛନ୍ତି । ଚଳିତବର୍ଷ ଏଥିରେ ପୂର୍ଣ୍ଣଛେଦ ପଡିବ। ଏନେଇ ଆଜି ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ରେର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶରତ କୁମାର ପାଲିତା ।

ଶ୍ରୀ ପାଲିତା କହିଛନ୍ତିି ଯେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ନାତକ, ସ୍ନାତକୋତ୍ତର, ଇଣ୍ଟିଗ୍ରେଟେଡ୍ ପୋଷ୍ଟ-ଗ୍ରାଜୁଏଟ୍ ଏବଂ ଗବେଷଣା କାର‌୍ୟ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନ୍ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୨୦ ତାରିଖ ରହିଥିଲା ବେଳେ ଏହାକୁ ବର୍ଦ୍ଧିତ କରାଯାଇ ୩୦ ସେପ୍ଟେମ୍ବର ରଖାଯାଇଛି । କୋଭିଡ ଯୋଗୁଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫଳାଫଳ ପ୍ରକାଶନ ହୋଇ ନ ଥିବାରୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାରେ ସମସ୍ୟା ହୋଇପାରେ । ୩୦ ତାରିଖ ପୂର୍ବରୁ ସବୁ ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଥିବା ଯୋଜନା ରହିଛି। ତେଣୁ ସେମାନେ ମଧ୍ୟ ଅନଲାଇନ୍ ଆବେଦନରେ ପଞ୍ଜିକରଣ କରିପାରିବେ। କିନ୍ତୁ ସେମାନଙ୍କୁ ଶେଷ ତାରିଖ ପୂର୍ବରୁ ସିୟୁଓ ଅନଲାଇନ୍ ଆଡମିଶନ ପୋର୍ଟାଲରେ ଯୋଗ୍ୟତା ପରୀକ୍ଷାର ଶତକଡା ମାର୍କକୁ ଅପଲୋଡ୍ କରିବାକୁ ପଡିବ । ଅନଲାଇନ୍ ଆବେଦନ ସମୟରେ ସତ୍ୟପାଠ ବର୍ତ୍ତମାନ ବାଧ୍ୟତାମୂଳକ ନୁହେଁ । ଛାତ୍ରମାନେ ବର୍ତ୍ତମାନ ଏହାକୁ ଦେଇପାରିବେ କିମ୍ବା ସେମାନେ ଆଡମିଶନ ସମୟରେ ଏହାକୁ ଦାଖଲ କରିପାରିବେ ବୋଲି ଶ୍ରୀ ପାଲିତା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe