ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ୫ଜଣିଆ ଡାକ୍ତରୀ ଦଳ

Advertisment
ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ୫ଜଣିଆ ଡାକ୍ତରୀ ଦଳ

ଭୁବନେଶ୍ୱର : ଦିଲ୍ଲୀସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିବେ ରାଜ୍ୟର ୫ଜଣିଆ ଡାକ୍ତରୀ ଦଳ। ଏହି ଡାକ୍ତରୀ ଦଳ ଆସନ୍ତା ୨୦ ତାରିଖରେ ଦିଲ୍ଲୀ ଗସ୍ତ କରିବା ସହିତ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୂଚନା ଅନୁଯାୟୀ, ଏକ ବିରଳ ଅସ୍ତ୍ରୋପଚାର ସହାୟତାରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରାଯାଇଛି। ଏମ୍‌ସର ଡାକ୍ତରୀଦଳ ଏହି ସଫଳ ଅସ୍ତ୍ରୋପଚାର କରିଥିବା ବେଳେ ସେଠାରେ ଦୁହିଁଙ୍କ ଚିକିତ୍ସା ଜାରି ରହିଛି। ତେଣୁ ରାଜ୍ୟର ୫ଜଣ ବିଶେଷଜ୍ଞ ଡାକ୍ତରୀ ଦଳ ଦିଲ୍ଲୀ ଯାଇ ଏମ୍‌ସରେ ଦୁହିଁଙ୍କ ଚିକିତ୍ସା କରୁଥିବା ଡାକ୍ତର ସହ ଆଲୋଚନା କରିବେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଆଉ କ’ଣ ଆବଶ୍ୟକତା ରହିଛି, ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ୫ଜଣିଆ ଡାକ୍ତରୀଦଳରେ ଏସ୍‌ସିବି ମେଡିକାଲର ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ଡା. ସଂଜୀବ ମିଶ୍ର, ଏସ୍‌ଭିପିପିଜିଆଇପିର ଅଧୀକ୍ଷକ ପ୍ରଫସେର ଡା. ସରୋଜ କୁମାର ଶତପଥୀ, ଭୁବନେଶ୍ୱର ଏମ୍‌ସର ଭେଷଜ ବିଭାଗର ଡା. ରଶ୍ମିରଂଜନ ମହାନ୍ତି, ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ସହକାରୀ ପ୍ରଫେସର ଡା. ପୃଥ୍ଵୀରାଜ ସିଂ ଓ ସର୍ଜରି ବିଭାଗର ପ୍ରଫେସର ଡା. ଜଗମୋହନ ମିଶ୍ର ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe