ଆଉ ୫ ସଂକ୍ରମିତଙ୍କ ମୃତ୍ୟୁ, ରାଜ୍ୟରେ କରୋନାରେ ଏଯାବତ୍ ୬୧ଜଣଙ୍କ ପ୍ରାଣହାନି

Advertisment
ଆଉ ୫ ସଂକ୍ରମିତଙ୍କ ମୃତ୍ୟୁ, ରାଜ୍ୟରେ କରୋନାରେ ଏଯାବତ୍ ୬୧ଜଣଙ୍କ ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରେ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରୁ ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର. କଟକ ଓ ପୁରୀ ଜିଲ୍ଲାର ଜଣେ ଲେଖାଏଁ ଓ ଭୁବନେଶ୍ବରର ଜଣେ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି।

ପୁରୀ ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ ଓ କଟକ ଜିଲ୍ଲାର ୪୬ ବର୍ଷିୟ ବ୍ୟକ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଗଞ୍ଜାମର ଜଣେ ୭୨ ବର୍ଷିୟ ବୃଦ୍ଧ ମଧୁମେହରେ ପୀଡ଼ିତ ଥିଲେ। ଅନ୍ୟ ଜଣେ ମୃତକଙ୍କର ବୟସ ୫୫ ବର୍ଷ ବୋଲି ଏଥିରେ ଦର୍ଶାଯାଇଛି। ଭୁବନେଶ୍ୱରର ଯେଉଁ ୫୬ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି ସେ ବି ମଧୁମେହରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ଆଜି ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଏଠାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ କଟକରେ ୬ରେ ପହଞ୍ଚିଛି। ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe