Hindustan Times
ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଏବେ ସୁଦ୍ଧା ୫ ଜଣ ଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ବ୍ଲକ ସାବରଙ୍ଗର ରାଜେଶ କୁମାର ବଳଙ୍କର ମୃତ୍ୟୁ ହୋଇଛି। ତିହିଡି ବ୍ଲକ ର କୁବେରା ଗ୍ରାମର ହରିହର ସାହୁ ନଜର ମୃତ୍ୟୁ ହୋଇଛି। ଧାମନଗର ବ୍ଲକର ଅର୍ଜୁନପୁର ପଞ୍ଚାୟତ ର ବାଲିପାଟଣା ଗ୍ରାମର ଆଲୋକ ନାୟକଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରି ପୋଖରୀ ବ୍ଲକ୍ ର ମଞ୍ଜୁରୀ ରୋଡ଼ ଅଞ୍ଚଳର ରୂପକ ନାୟକ ଙ୍କର ମୃତ୍ୟୁ ହୋଇଯାଇଛି।
ଭଦ୍ରକ ଚରମ୍ପାର ଗୁନୁ ନାମକ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ବାସୁଦେବପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ମୃତକଙ୍କ ପରିଚୟ ମିଳି ନାହିଁ। ଭଦ୍ରକରେ ଏହି ଟ୍ରେନ ଯାତ୍ରୀଙ୍କର ମୃତ୍ୟୁକୁ ନେଇ ଜିଲ୍ଲା ସାରା ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି ।
Follow Us