Advertisment

ସରକାରୀ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୫ ଜଣ ଯାତ୍ରୀ ଗୁରୁତର

Advertisment
ସରକାରୀ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୫ ଜଣ ଯାତ୍ରୀ ଗୁରୁତର

ଭଂଜନଗର: ରାଜ୍ୟ ପରିବହନ ବିଭାଗ ଦ୍ବାରା ପରିଚାଳିତ ‘ଓଏସ୍‌ଆରଟିସି’ର ଏକ ଯାତ୍ରୀବାହୀ ବସ୍ ଶୁକ୍ରବାର ରାତିରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ବାଣତୁମ୍ବ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ’ର ଏକ ବସ୍‌ ଭୁବନେଶ୍ବରରୁ ବାହାରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ସାଢ଼େ ୯ଟି ବେଲଗୁଣ୍ଡା ଅତିକ୍ରମ କଲା ପରେ ବାଣତୁମ୍ବ ଗାଁ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ର ଚାଳକ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଥିଲେ।

ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ସମସ୍ତ ୫ ଜଣ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ କହିଛି ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe