ବୀରମିତ୍ରପୁରରୁ ୫ ପିଏଲ୍‌ଏଫ୍‌ଆଇ ଗିରଫ

Advertisment
ଯାଁଳା : ଫସିଲା ମିଛୁଆ ପ୍ରେମିକ

ସୁନ୍ଦରଗଡ଼/ବୀରମିତ୍ରପୁର : ବୀରମିତ୍ରପୁର ପୁଲିସ ୫ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୩୦ ହଜାର ଟଙ୍କା ଓ ଗୋଟିଏ ମଟର ସାଇକଲ୍‌ ଜବତ ହୋଇଛି। ଗିରଫ ସଦସ୍ୟମାନେ କୁଆରମୁଣ୍ଡାର ଜଣେ ସ୍କ୍ରାପ୍‌ ଲୁହା ବେପାରୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଗତକାଲି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଅଭିଯୁକ୍ତମାନେ କୁଆରମୁଣ୍ଡାର ସ୍କ୍ରାପ୍‌ ବେପାରୀ ସାହାନାୱାଜ ଓରଫ୍‌ ଲାଲନଙ୍କ ଗୋଦାମରେ ପଶି ପିସ୍ତଲ ଦେଖାଇ ଲକ୍ଷେ ଟଙ୍କା ଚାନ୍ଦା ମାଗିଥିଲେ। ଲାଲନ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ତାଙ୍କ ପକେଟରୁ ୩୨ ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ। ବୀରମିତ୍ରପୁର ଥାନାରେ ଅଭିଯୋଗ ହେବା ପରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ଜଣଙ୍କୁ କାବୁ କରିଥିଲେ। ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ହେଲେ ଲାସେ ଗ୍ରାମର ଲାଲବାବୁ ମହାନନ୍ଦିଆ ଓରଫ୍‌ ଇନ୍ଦୁଆର(୨୭) ଓ ପ୍ରମୋଦ ମିଞ୍ଜ(୨୯), ଜାମବାହାଲର ବୁତୁରୁ ଖଡ଼ିଆ ଓରଫ୍‌ ଅରୁଣ ଖଡ଼ିଆ(୨୭) ଜଗଦୀଶପୁରର ରାଜମୋହନ କିସାନ ଓରଫ ଟିଙ୍କୁ। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଝୁନ୍‌ମୁରର ଅର୍ଜୁନ ରଣା(୩୨) ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe