ମଝି ରାତିରେ ବାଇକରେ ଅଭିଯୁକ୍ତକୁ ଧରିବା ପାଇଁ ସାଦା ପୋଷାକରେ ଯାଇଥିଲେ ୫ ପୁଲିସ, ଚୋର ଭାବି ନିର୍ଧୁମ ଛେଚିଲେ ଗ୍ରାମବାସୀ

Advertisment
ମଝି ରାତିରେ ବାଇକରେ ଅଭିଯୁକ୍ତକୁ ଧରିବା ପାଇଁ ସାଦା ପୋଷାକରେ ଯାଇଥିଲେ ୫ ପୁଲିସ, ଚୋର ଭାବି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଚାନ୍ଦବାଲି: ଏକ ଅପହରଣ ମାମଲାର ଅଭିଯୁକ୍ତକୁ ଧରିବା ପାଇଁ ସାଦା ପୋଷାକରେ ଯାଇଥିବା ପୁଲିସକୁ ଅଟକ ରଖି ନିସ୍ତୁକ ମାଡ଼ ମରାଯାଇଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଦା ପୋଷାକରେ ହାତରେ ବନ୍ଧୁକ ଥିବା ପୁଲିସ କର୍ମଚାରୀମାନଙ୍କୁ ଚୋର ଭାବି ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ବାଂଶଡା ଥାନା ନଳଗୋହିରା ବଜାର ନିକଟରେ ଏକ ଚିଙ୍ଗୁଡି ଘେରି ଥିବା ଜଣେ ଯୁବକ ଅପହରଣ ମାମଲାର ଅଭିଯୁକ୍ତ କଥାବାର୍ତ୍ତା ହେଉଥିବା ଫୋନକୁ  ଟ୍ରାକିଂରେ ପୁଲିସ ଠାବ କରିଥିଲା।  ଏହାପରେ ଉକ୍ତ ଯୁବକକୁ ଧରିବାକୁ ଗତକାଲି ରାତି ୧୨ଟା ସମୟରେ ପୁଲିସ୍ ନଳଗୋହିରାସ୍ଥିତ ଚିଙ୍ଗୁଡି ଘେରିକୁ ଯାଇଥିଲେ । ସାଦା ପୋଷକରେ ଯାଇଥିବା ଧାମରା ଏଏସଆଇ ଏବଂ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ହାତରେ ବନ୍ଧୁକ ଦେଖି ଘେରିରେ କାମ କରୁଥିବା ଲୋକେ ଡକାୟତ ଭାବିଥିଲେ।

publive-image

ସାଦା ପୋଷାକରେ ଯାଇଥିବା ପୁଲିସ କର୍ମଚାରୀମାନେ ରଜୁ ତରେଇ ନାମକ ଯୁବକ ସମ୍ପର୍କରେ ଯୁବକକୁ ପଚରାଉଚରା କରିଥିଲେ। ମାତ୍ର ହାତରେ ବନ୍ଧୁକ ଦେଖି ଭୟଭୀତ ହୋଇଯାଇଥିବା ବେଳେ ଡକାୟତ ଭାବି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଏହାପରେ ଗ୍ରାମବାସୀ ପହଞ୍ଚି ପୁଲିସ କର୍ମଚାରୀମାନଙ୍କୁ ନିସ୍ତୁକ ମାଡ଼ ମାରି ଏକ ଘରେ ପୁରାଇଥିଲେ । ଏ ନେଇ ବାଂଶଡା ଥାନାକୁ ଖବର ଦେଇଥିବା ବେଳେ ଥାନା ପୁଲିସ ପହଞ୍ଚି ଅଟକ ଥିବା ଧାମରା ଥାନା ପୁଲିସଙ୍କୁ ଉଦ୍ଧାର କରିଥିଲେ।

ପୁଲିସ କର୍ମଚାରୀମାନେ ୪ ଗୋଟି ବାଇକରେ ଆସିଥିଲେ ତାଙ୍କ କଥାବାର୍ତ୍ତା ତାଳମେଳ ରହୁ ନ ଥିବାରୁ ପୁଲିସକୁ ଚୋର ସନ୍ଦେହ କରି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ନିସ୍ତୁକ ମାଡ଼ ମାରିଥିଲେ ବୋଲି କୁହାଯାଉଛି। ପୁଲିସ କର୍ମଚାରୀମାନେ ମଦ୍ୟପାନ କରିଥିଲେ ବୋଲି ସାଧାରଣରେ ଅଭି‌ଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe