ଶ୍ରୀଅଲାରନାଥ ମନ୍ଦିର ଭିତ୍ତିଭୂମି ଅନୁଧ୍ୟାନ କଲେ ୫ଟି ସଚିବ

Advertisment

୧୫ ଦିନ ଭିତରେ ରିପୋର୍ଟ ଦେବ ଜିଲ୍ଲା ପ୍ରଶାସନ

୧୫ ଦିନ ଭିତରେ ରିପୋର୍ଟ ଦେବ ଜିଲ୍ଲା ପ୍ରଶାସନ

ଶ୍ରୀଅଲାରନାଥ ମନ୍ଦିର ଭିତ୍ତିଭୂମି ଅନୁଧ୍ୟାନ କଲେ ୫ଟି ସଚିବ

ବ୍ରହ୍ମଗିରି : ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ତିଆନ ଗୁରୁବାର ଦିନ ଅପରାହ୍ନରେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ମନ୍ଦିର ଗସ୍ତ କରି ଏହାର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ମନ୍ଦିରର ଉନ୍ନତି ସମ୍ପର୍କରେ ସେବାୟତ ଓ ଜନସାଧାରଣଙ୍କ ସହିତ ଆଲୋଚନା କରି ପ୍ରଶାସନ ପକ୍ଷରୁ ଏକ ରିପୋର୍ଟ ପ୍ରଦାନ କରାଯିବ। ରିପୋର୍ଟ ପ୍ରଦାନ ପରେ ସରକାର ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

୫ଟି ସଚିବ ଶ୍ରୀ ପାଣ୍ଡିଆନ ଅପରାହ୍ନ ସାଢେ ଚାରିଟାରେ ଶ୍ରୀଅଲାରନାଥଙ୍କ ମନ୍ଦିରରେ ପହ‌ଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ପରେ ମନ୍ଦିର ପରିସରରେ ଥିବା ଆନନ୍ଦବଜାର, ଶ୍ରୀମହାଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚୈତନ୍ୟଙ୍କ ମନ୍ଦିର ଆଦି ବୁଲି ଦେଖିବାପରେ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ସେବାୟତଙ୍କୁ ପଚାରି ବୁଝିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ସଚିବଙ୍କୁ ଅବଗତ କରିଥିଲେ। ସେବାୟତମାନେ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ଅନୁରୋଧ କରିଥିଲେ। ଓବିସିସି ଅଧିକାରୀଙ୍କ ସହିତ ମଧ୍ୟ ଶ୍ରୀ ପାଣ୍ଡିଆନ ଆଲୋଚନା କରିଥିଲେ। ଏନେଇ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବା ସହିତ ସେବାୟତଙ୍କ ସହିତ ମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ଆଲୋଚନା କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe