୫-ଟି ସଚିବଙ୍କୁ କାଳିମାଡ଼ ଘଟଣା: ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ପୁଲିସ

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ, ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ

kalinga TV

ସାକ୍ଷୀଗୋପାଳ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସାର୍ଥକ ବର୍ମାଙ୍କ ଉପରକୁ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଭା ମଞ୍ଚ ନିକଟରେ କାଳିମାଡ଼ କରିଥିବା କଣାସ ହରିପୁର ଗ୍ରାମର ଭାସ୍କର ସାହୁଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଆଜି ଛାଡ଼ିଦେଇଛି।

ସୂଚନାଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ଗତକାଲି ସତ୍ୟବାଦୀ ଅଞ୍ଚଳକୁ ଆସିଥିବା ବେଳେ ଭାସ୍କର ତାଙ୍କୁ କାଳିମାଡ଼ କରିଥିଲେ। ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା ପୂର୍ବରୁ ସତ୍ୟବାଦୀ ପୁଲିସ ଭାସ୍କରଙ୍କୁ ସୁରକ୍ଷିତ ଭାବେ ଭିଡ଼ରୁ ଆଣି ନିଜ ହେପାଜତରେ ରଖିଥିଲେ । ଆଜି ସକାଳେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣନକରି ସତ୍ୟବାଦୀ ପୁଲିସ ତାଙ୍କୁ ତାଙ୍କ ବଡ଼ ଭାଇ ଧନେଶ୍ୱର ସାହୁ ଓ ଗ୍ରାମର ୫ ଜଣ ମୁରବିଙ୍କ ଉପସ୍ଥିତିରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦେଇଛି। ଏ ସମ୍ପର୍କରେ ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା କହିଛନ୍ତି ଯେ ଅଭିଯୁକ୍ତ ଭାସ୍କର ଓ ତାଙ୍କ ପରିବାର ଲୋକେ ଘଟଣାନେଇ ଦୁଃଖ ପ୍ରକାଶ କରିଥିଲେ। ତେରୁ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦିଆଯାଇଛି।

ଇତିମଧ୍ୟରେ ଭାସ୍କର କହିଛନ୍ତି, ବାରମ୍ବାର ଦାୟାନଦୀକୁ ଗଙ୍ଗୁଆନାଳ ମାଧ୍ୟମରେ ଛଡ଼ାଯାଉଥିବା ପ୍ରଦୂଷିତ ଜଳକୁ ନଛାଡିବା ପାଇଁ ଭୁବନେଶ୍ୱର ମହାନିଗମର ଅଧିକାରୀ, ଡେଲାଙ୍ଗ ଓ କଣାସ ବ୍ଲକ୍‌ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦାବିପତ୍ର ଦେବାସହିତ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ଦେଇଥିଲି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅସନ୍ତୋଷ ପ୍ରକାଶ କରି ୫ଟି ସଚିବଙ୍କ ଉପରକୁ କାଳି ପକାଇଥିଲି। କୌଣସି ରାଜନୈତିକ ପ୍ରରୋଚନାରେ ଏପରି କରିନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe