ବାର୍‌ହା ଆକ୍ରମଣରେ ୫ ଗୁରୁତର

ବାର୍‌ହା ଆକ୍ରମଣରେ ୫ ଗୁରୁତର

Jagran

ବ୍ରହ୍ମବରଦା: ରସୁଲପୁର ବ୍ଲକ ପଞ୍ଚାୟତ ଅର୍ଥଙ୍ଗା ଗ୍ରାମର ୫ ଜଣ ଶ୍ରମିକ ଆଜି ବାର୍‌ହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।​ ସେମାନେ ହେଲେ ଗ୍ରାମର ମୁନା ମଲ୍ଲିକ(୨୪), ବାଦଲ ମଲ୍ଲିକ(୨୪), ପୁରସ୍ତମ ମଲ୍ଲିକ (୪୫), ଦାଶରଥି ରାଉତ(୫୮) ଓ ବିଷ୍ଣୁ ଦାସ (୫୭)। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ସେମାନେ ନିକଟସ୍ଥ ଆଖୁ କିଆରିକୁ କାମ କରିବାକୁ ଯାଇଥିଲେ। ଆଖୁ କାଟୁଥିବାବେଳେ ବାର୍‌ହା ପଲ ଆସି ହଠାତ୍‌ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଗୋଡ଼, ହାତ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe