ଥାନାରେ ହାଜର ହେଲେ ଏମ୍‌କେସିଜିର ୫ ଛାତ୍ର: ୬ ମାସ ପାଇଁ କ୍ୟାମ୍ପସ୍‌ରୁ ବହିଷ୍କୃତ

Advertisment

ଏମ୍‌କେସିଜି ମେଡିକାଲ କଲେଜରେ ରୢାଗିଂ ଘଟଣାରେ ୫ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡ. ସୁଚିତ୍ରା ଦାଶ ୫ଜଣଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ।

ଏମ୍‌କେସିଜି ମେଡିକାଲ କଲେଜରେ ରୢାଗିଂ ଘଟଣାରେ ୫ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡ. ସୁଚିତ୍ରା ଦାଶ ୫ଜଣଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ।

ମଞ୍ଚରେ କରେଣ୍ଟ୍‌ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ରୢାଗିଂ ଘଟଣାରେ ୫ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡ. ସୁଚିତ୍ରା ଦାଶ ୫ଜଣଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ୫ଜଣ ଛାତ୍ରଙ୍କୁ ‌ଥାନାରେ ହାଜର ପାଇଁ ନୋଟିସ୍‌ କରିଥିଲା। ଗତକାଲି ଏହି ୫ଜଣ ଛାତ୍ର ଥାନାରେ ହାଜର ହୋଇଥିଲେ। ପୁଲିସ ସେମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଏହା ସହିତ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବାକୁ ତାଗିଦ୍‌ କରିଥିଲା। ପ୍ରଥମ ଥର ପାଇଁ ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତଙ୍କୁ ନୋଟିସ୍‌ ଦେଇ ପୁଲିସ ଛାଡ଼ି ଦେଇଛି। କିନ୍ତୁ ତଦନ୍ତ ସମୟରେ ଆବଶ୍ୟକ ପଡ଼ିଲେ ସେମାନେ ପୁଣିଥରେ ଥାନାରେ ହାଜର ହେବ ବୋଲି କୁହାଯାଇଛି।

ରୢାଗିଂ ଘଟଣାରେ ନୋଟିସ୍‌ ଦେଇ ଛାଡ଼ିଲା ପୁଲିସ

ଏମ୍‌କେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରୢାଗିଂ କରାଯାଉଥିବା ନେଇ ଦିଲ୍ଲୀସ୍ଥିତ ଏନ୍‌ଏମ୍‌ସିର ଆଣ୍ଟି ରୢାଗିଂ ସେଲ୍‌ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ୨୫ତାରିଖରେ ଏମ୍‌କେସିଜି ଆଣ୍ଟିଂ ରୢାଗିଂ କମିଟିର ବୈଠକ ବସିଥିଲା। ହେଲେ ବୈଠକରେ କୌଣସି ଛାତ୍ର ମୁହଁ ଖୋଲି ନଥିଲେ। ଏହାପରେ ଗତ ୨୮ତାରିଖ ସଂଧ୍ୟାରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କ ଅଭିଭାବକ ରୢାଗିଂ ନେଇ ଡିନ୍‌ଙ୍କ ନିକଟରେ ୫ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ହଷ୍ଟେଲ୍‌ରୁ ତାଙ୍କର ପୁଅକୁ ନେଇ ଯାଇଥିଲେ। ଏହାକୁ ନେଇ ଗତ ୩୦ତାରିଖରେ ଏମ୍‌କେସିଜି ମେଡିକାଲ କଲେଜରେ ଆଣ୍ଟି ରୢାଗିଂ କମିଟିର ବୈଠକ ବସିଥିଲା। ଆବଶ୍ୟକ ପ୍ରମାଣକୁ ଆଧାର କରି ୫ଜଣ ବରିଷ୍ଠ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସମସ୍ତଙ୍କୁ ୬ ମାସ ପାଇଁ କ୍ୟାମ୍ପସ୍‌ରୁ ବହିଷ୍କୃତ କରାଯାଇଛି। ଅନ୍ୟ ଏକ ଅଭିଯୋଗରେ ୪ଜଣ ଛାତ୍ରଙ୍କ ନାମ ରହିଥିଲା। ହେଲେ ସେହି ୪ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ପ୍ରମାଣ ଆସି ନାହିଁ। ପ୍ରମାଣ ମିଳିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe