ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ଛାଟକୁ ବେଖାତିର? 

Advertisment

ଅଫିସର୍, କର୍ମଚାରୀ ମାନୁନାହାନ୍ତି ସକାଳୁଆ ଅଫିସ୍ ନିୟମ, ସାଢ଼େ ୮ ପର୍ଯ୍ୟନ୍ତ ତାଲା, ନିରାଶ ଫେରୁଛନ୍ତି ‌ଜନତା

ଅଫିସର୍, କର୍ମଚାରୀ ମାନୁନାହାନ୍ତି ସକାଳୁଆ ଅଫିସ୍ ନିୟମ, ସାଢ଼େ ୮ ପର୍ଯ୍ୟନ୍ତ ତାଲା, ନିରାଶ ଫେରୁଛନ୍ତି ‌ଜନତା

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ଛାଟକୁ ବେଖାତିର? 
ଶେରଗଡ଼ : ଜନସାଧାରଣଙ୍କୁ ସରକାରୀ ସେବା ପ୍ରଦାନ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ପାଳିବା ଲାଗି ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ୫-ଟି ଅଧୀନକୁ ଆଣିଛନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ଉପରେ ନଜର ରଖାଯାଉଛି। ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଫିସର୍‌, କର୍ମଚାରୀ ସକାଳୁଆ ଅଫିସ୍ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅଫିସ୍ ତାଲା ଫିଟୁନି। ଖରାକୁ ଡରି ସକାଳୁ ସକାଳୁ ଦୂରଦୂରାନ୍ତରୁ ବିଭିନ୍ନ କାମରେ ଆସୁଥିବା ଲୋକେ ନିରାଶରେ ଫେରୁଛନ୍ତି, କର୍ମଚାରୀ ବେଖାତିର୍‌। ସବୁ ସରକାରୀ କାର୍ଯ୍ୟାଳୟରେ ଏ ହେଉଛି ସବୁଦିନିଆ ଘଟଣା।
ଆଜି ଶେରଗଡ଼ ବ୍ଲକ୍‌ର ଓଡ଼ିଶା ଜୀବିକା ମିସନ୍ (ଓଏଲ୍‌ଏମ୍) କାର୍ଯ୍ୟାଳୟ ଫାଟକ ତାଲା ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଖୋଲାଯାଇ ନଥିବା ଦେଖିବାକୁ ମିଳିଥିଲା। ବହୁ ମହିଳା ଖରାକୁ ଡରି ସକାଳୁ ଆସିଥିଲେ ବି ସେମାନେ ଫେରି ଯାଉଥିବା ଦେଖା ଯାଇଥିଲା। କାର୍ଯ୍ୟାଳୟ ଠାରୁ ଶହେ ମିଟର ଦୂରରେ କ୍ୱାର୍ଟର୍ସ ଥିବା ବେଳେ ଅଫିସ୍‌ରେ କାର୍ଯ୍ୟରତ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଏଠାରେ ରହୁଛନ୍ତି। କିନ୍ତୁ କେହି ନିୟମିତ ଭାବେ ଠିକ୍ ସମୟରେ ଆସୁ ନଥିବା ଜଣା ପଡ଼ିଥିଲା। କାର୍ଯ୍ୟରତ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଅଫିସ୍‌କୁ ନିୟମିତ ନଆସିବା ଫଳରେ ଦୂରଦୂରାନ୍ତରୁ ବିଭିନ୍ନ କାମ ନେଇ ଆସୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଆଜି ଠିକ୍ ୮ଟା ୩୫ରେ ଜଣେ ମହିଳା କର୍ମଚାରୀ ଅଫିସ୍‌ ପହଞ୍ଚିଥିଲେ। ତାଙ୍କୁ ପଚାରିବାରୁ କହିଥିଲେ, ବିପିଏମ୍ ମାଡାମ୍ ସବୁଦିନ ତାଲା ଧରି ଯାଉଛନ୍ତି, ସେ ଆସିଲେ ହିଁ ଅଫିସ୍ ଖୋଲିବ। ଶେରଗଡ଼ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଜୀବିକା ମିସନ କାର୍ଯ୍ୟାଳୟରେ ଯଦି ଏଭଳି ଅବସ୍ଥା, ତା’ହେଲେ ଗ୍ରାମାଞ୍ଚଳରେ ଥିବା ଅନ୍ୟ ସରକାରୀ ଅଫିସ୍‌ର ସକାଳୁଆ ସମୟ ସାରଣୀକୁ ବାବୁମାନେ କେମିତି ପାଳନ କରୁଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe