ଶାରଳା ମନ୍ଦିରରେ ୫ଟି ସଚିବ: ସେବାୟତଙ୍କ ସହ ଆଲୋଚନା କଲେ

Advertisment
ଶାରଳା ମନ୍ଦିରରେ ୫ଟି ସଚିବ: ସେବାୟତଙ୍କ ସହ ଆଲୋଚନା କଲେ

ପୁର: ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ ମା ଶାରଳାଙ୍କ ମନ୍ଦିରରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ପୂର୍ବରୁ  ଏନେଇ କିଛି ସୂଚନା ନଥିବା ବେଳେ ଆଜି ସକାଳୁ ଏ ସଂକ୍ରାନ୍ତରେ ଜଣା ପଡ଼ିଥିଲା।

publive-image

ସଚିବ ମନ୍ଦିର ପରିସର ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ଯେମିତିକି ଚନ୍ଦନ ପୋଖରୀର ପୁନଃଉଦ୍ଧାର, ଛାତରୁ ପାଣି ଖସିବା, ମାର୍କେଟ କମ୍ପ୍ଲେକ୍ସର ହସ୍ତାନ୍ତର ଆଦି ନେଇ ସଚିବଙ୍କ ସୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସଚିବ ସମସ୍ତ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ସମୟରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଓ ଏସପି ଅଖିଳେଶ୍ଵର ସିଂ ପ୍ରମୁଖ ଉପସ୍ଥିତ ଥିଲେ। 'ସମ୍ବାଦ'ରେ ଲଗାତର ଭାବେ ଶାରଳା ମନ୍ଦିରରେ ଥିବା ସମସ୍ୟା ସଂକ୍ରାନ୍ତରେ ଖବର ପରିବେଷଣ କରାଯାଉଛି। ଏହାର ପ୍ରଭାବରେ ବର୍ତ୍ତମାନ ରାଜ୍ୟ ସରକାର ଚଳଚଞ୍ଚଳ ହୋଇ ଉଠିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe