ପୁରୀରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ : ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ

ପୁରୀରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ : ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ

ଭୁବନେଶ୍ୱର : ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ପୁରୀ ପରିଦର୍ଶନ କରି ସ୍ୱର୍ଗଦ୍ୱାରର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟର  ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିସହ ଆଶ୍ରୟହୀନ ଗାଈଗୋରୁଙ୍କ ଲାଗି ଉଦ୍ଦିଷ୍ଟ ଗୋଶାଳା ଓ ବୁଲା ଭିକାରିଙ୍କ ଲାଗି ନିର୍ମିତ ଆଶ୍ରୟସ୍ଥଳୀକୁ ମଧ୍ୟ ବୁଲି ଦେଖିଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ ଲାଗି ରାଜ୍ୟ ସରକାର ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ଆସନ୍ତା ମା‌ର୍ଚ୍ଚରେ ଶେଷ ହେବା ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ୫-ଟି ସଚିବ ପୁରୀ ଗସ୍ତ କରି ସମୀକ୍ଷା କରିଛନ୍ତି।

ଘୂର୍ଣ୍ଣିବାତ୍ୟା ଫନି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାକୁ ଘୋଷଣା କରିଥିଲେ। ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ସେହି ଦିନଠାରୁ ଅନେକ କାର୍ଯ୍ୟ ଆରମ୍ଭ ହୋଇଛି | ସ୍ୱର୍ଗଦ୍ୱାରର ପୁନଃବିକାଶ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ | ଏହି ବିକାଶ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ | ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ବରୂପ  ସ୍ୱର୍ଗଦ୍ୱାରକୁ  ଶବସଂସ୍କାର ଲାଗି ଆସୁଥିବା ମୃତକଙ୍କ ସମ୍ପର୍କୀୟଙ୍କ ଲାଗି ଏକ ବିଶ୍ରାମଗୃହ ନିର୍ମାଣ କରାଯାଇଛି |

publive-image

ସେହିପରି ବଡ଼ଦାଣ୍ଡକୁ ପରିଚ୍ଛନ୍ନ କରିବା ପାଇଁ ଏଣେ ତେଣେ ବୁଲୁଥିବା ଗୋରୁମାନଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୭୦୦ ଗାଈଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି ଏବଂ ଆଗକୁ ଆଉ ୪୦୦ ଗୋରୁଙ୍କୁ ସ୍ଥାନାନ୍ତରିତ କରାଯିବ। ଏଥିଲାଗି ବ୍ୟବସ୍ଥା ହେଉଛି ।  ସେହିଭଳି ବଡ଼ଦାଣ୍ଡର ଭିକାରିଙ୍କ ଥଇଥାନ ପାଇଁ ପଦକ୍ଷେପ ନିଆଯାଇଛି।  ୫୦୦ ଭିକାରିଙ୍କୁ ବଡ଼ଦାଣ୍ଡରୁ ଉଦ୍ଧାର କରାଯାଇ ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଉଦ୍ଧାର ହୋଇଥିବା ଭିକାରିଙ୍କ ମଧ୍ୟରୁ ୧୫୦ ଜଣ  ସେମାନଙ୍କ ପରିବାର ସହିତ ମିଳିତ ହୋଇଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ପ୍ରଦାନ ମଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ଦିଆଯାଉଛି।

publive-image

ଏଥିସହ ପାଣ୍ଡିଆନ୍ ବାଙ୍କି ମୁହାଣ, ନିଳାଦ୍ରୀ ବେଳାଭୂମି ଏବଂ ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମି ପରିଦର୍ଶନ କରିଥିଲେ। ଏହି ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳ, ଭୁବନେଶ୍ବର ମହାନଗର ନିଗମ ଓ  କଟକ ମହାନଗର ନିଗମର  କମିସନରମାନେ ମଧ୍ୟ ଉପସ୍ଥିତ ଥିଲେ। ବିଏମସି ଏବଂ ସିଏମସି ପୁରୀରୁ ବୁଲାଗୋରୁଙ୍କୁ ସ୍ଥାନାନ୍ତର  କରି ନିଜ ନିଜ ଅଞ୍ଚଳର ଗୋଶାଳାରେ  ଥଇଥାନ କରିବା ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe