ମହାଦେବଙ୍କୁ ଜଳଲାଗି ପାଇଁ ପାଦରେ ୫୦୦୦ କିଲୋମିଟର ଯାତ୍ରା

ମହାଦେବଙ୍କୁ ଜଳଲାଗି ପାଇଁ ପାଦରେ ୫୦୦୦ କିଲୋମିଟର ଯାତ୍ରା

କରଞ୍ଜିଆ ଗୋଲେଇ: ବିଶ୍ବ କଲ୍ୟାଣ ପାଇଁ ଠାକୁରଙ୍କଠାରେ ଜଳାଭିଷେକ କରିବାକୁ ଗତ ୧୫ ତାରିଖ ଦିନଠାରୁ ଘରୁ ଖାଲି ପାଦରେ ଚାଲିଚାଲି ବାହାରିଛନ୍ତି ୩ ଜଣ ଭକ୍ତ। ସେମାନେ ହେଲେ; ବିହାର ଲଖିସରାଇ ଜିଲ୍ଲା ହସନପୁର ଗ୍ରାମର ୫୨ ବର୍ଷ ବୟସ୍କ ଭୋଲା ସିଂ, ୭୦ ବର୍ଷ ବୟସ୍କ ରାମରତନ ସିଂ ଏବଂ ୪୫ ବର୍ଷ ବୟସ୍କ କନ୍ତ ମଣ୍ଡଳ।

ସମସ୍ତେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀଠାରୁ ଜଳ ନେଇ ବାହାରିଥିବା ବ‌େଳେ ତାମିଲନାଡୁର ରାମେଶ୍ବରମ ମହାଦେବଙ୍କୁ ଅର୍ପଣ କରିବେ। ଏଇଭିତରେ ଭୋଲା, ରାମରତନ ଓ କନ୍ତ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟ ଦେଇ ପ୍ରାୟ ୨୦୦୦ କିମି ବାଟ ଅତିକ୍ରମ କରିସାରିଛନ୍ତି। ଆଜି ସକାଳୁ ସେମାନେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆଠାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ସହ ଜଳଖିଆ କରି ପୁଣି ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe