୫ ବର୍ଷରେ ୩୮୨୦ ଦମ୍ପତି ଉପକୃତ

Advertisment

ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ୨.୫ ଲକ୍ଷକୁ ବୃଦ୍ଧି

ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ୨.୫ ଲକ୍ଷକୁ ବୃଦ୍ଧି

ବନ୍ଦ ହେଲା ବାଲ୍ୟ ବିବାହ

ଭୁବନେଶ୍ୱର: ସବର୍ଣ୍ଣ ହିନ୍ଦୁ ଓ ଅନୁସୂଚିତ ଜନଜାତି ମଧ୍ୟରେ ଆନ୍ତଃଜାତି ବିବାହକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୂର୍ବରୁ ଘୋଷିତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯାଇଛି। ଏହି ପ୍ରୋତ୍ସାହନ ରାଶି ୧ ଲକ୍ଷରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ପ୍ରକାଶ କରିଛନ୍ତିି। ବିଭାଗୀୟ ସୂଚନା ମୁତାବକ ଆନ୍ତଃଜାତି ବିବାହ ନିମନ୍ତେ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଥିଲେ ବି ଏଥିପାଇଁ ହିତାଧିକାରୀଙ୍କ ଆୟର ସୀମା ରଖାଯାଇ ନାହିଁ। ପୂର୍ବରୁ ଦରଖାସ୍ତ ନିମନ୍ତେ ରହିଥିବା ସମସ୍ତ ପ୍ରକ୍ରିୟା ଅପରିବର୍ତିତ ରହିଛି। ବିବାହ ପରେ ଜାତୀୟକରଣ ବ୍ୟାଙ୍କରେ ଦଂପତିଙ୍କ ଯୁଗ୍ମ ଆକାଉଣ୍ଟ ରହିବ। କିନ୍ତୁ ସେଥିରେ ପ୍ରଥମ ନାମ ମହିଳାଙ୍କର ଉଲ୍ଲେଖ କରାଯିବ। ବିବାହର ପ୍ରଥମ ତିନିବର୍ଷ ପର୍ଯ୍ୟନ୍ତ ଦଂପତି ଏହି ଅର୍ଥ ରାଶି ବ୍ୟାଙ୍କରୁ ଉଠାଇପାରିବେ ନାହିଁ।

ସୂଚନାନୁସାରେ ୨୦୧୭-୧୮ ବର୍ଷରେ ରାଜ୍ୟରେ ୫୪୩ଜଣ ଦଂପତି ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି। ଏ ବାବଦରେ ମୋଟ ୨ କୋଟି ୬୫ ଲକ୍ଷ ୩୬ ହଜାର ଟଙ୍କା ଦିଆଯାଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଦଂପତି ଏହି ପ୍ରୋତ୍ସାହନ ରାଶି ପାଇଥିବା ବେଳେ ଏହା ପଛକୁ କଟକ ଓ ତୃତୀୟରେ ଜଗତ୍‌ସିଂହପୁର ଜିଲ୍ଲାର ଦଂପତିମାନେ ଉପକୃତ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ମୋଟ ୩୮୦୦ ଦଂପତି ଏହି ପ୍ରୋତ୍ସାହନ ରାଶି ପାଇଛନ୍ତି। ତେବେ ବର୍ଧିତ ଅର୍ଥରାଶି ପିଛିଲା ଭାବେ ୨୦୧୭ ସେପ୍ଟେମ୍ବର ମାସ ୧୪ ତାରିଖରୁ ଲାଗୁ ହେବ ବୋଲି ମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe