ଚାନ୍ଦବାଲି : କୁମ୍ପିଭାଙ୍ଗି ୭ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କଲେ ୫ବର୍ଷର ବାଳକ ସାଇ ସ୍ପନ୍ଦନ

ଚାନ୍ଦବାଲି : କୁମ୍ପିଭାଙ୍ଗି ୭ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କଲେ ୫ବର୍ଷର ବାଳକ ସାଇ ସ୍ପନ୍ଦନ

ଚାନ୍ଦବାଲି : ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ଡ଼ାକ୍ତର, ପୁଲିସ ବିଭାଗ, ସାମ୍ବାଦିକ,ଏବଂ ସରକାରୀ କର୍ମଚାରି ସମସ୍ତ ଏହି ମୁକାବିଲାରେ ଲାଗିପଡ଼ିଛନ୍ତି। ଅଦୃଶ୍ୟ ଭୁତାଣୁରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହିପରି ଏକ ଘଡ଼ିସନ୍ଦିି ସମୟରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳରୁ ଆସିଛି ଏହି ଉତ୍ସାହର ଦୃଶ୍ୟ। ଦେଶର ସେନା ବିଭାଗରେ କାର୍ଯ୍ୟରତ ଜଣେ ସୈନିକଙ୍କର ଏକ ମାତ୍ର ପୁଅ ସାଇ ସ୍ପନ୍ଦନ କରୋନା ମୁକାବିଲା କରିବା ପାଇଁ ନିଜ କୁମ୍ପିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ୭ହଜାର ଟଙ୍କା।

publive-image

ପ୍ରିୟରଂଜନ ପ୍ରଧାନ ଜଣେ ସୈନିକ ଭାବରେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ଘରେ ମା ହେଲଡ଼େନ ପ୍ରଭା ଓ ୫ବର୍ଷର ଏକମାତ୍ର ପୁତ୍ର ସାଇସ୍ପନ୍ଦନ ରହୁଥିଲେ । ବର୍ତମାନ ଦେଶ ଘଡ଼ିସନ୍ଦି ମୁହୁର୍ତରେ ଗତି କରୁଥିବା ବେଳେ ସାଇ ଦୁଇବର୍ଷଧରି କୁମ୍ପିରେ ସଞ୍ଚିତ କରି ରଖିଥିବା ଅର୍ଥକୁ ଆଜି ମୂଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଧାମରା ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁମ୍ମୁଙ୍କୁ ଚେକ୍ ପ୍ରଦାନ କରିଛନ୍ତି। କୁନି ଶିଶୁଟିର ବଦାନ୍ୟ ମନୋଭାବ ସାରା ଅଂଚଳର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe